ପ୍ରେମୀଙ୍କୁ ଅଟକାଇ ପାରିଲାନି ଭିସା!

ଜନୈକା ପାକିସ୍ତାନୀ ନାବାଳିକା ଜଣେ ଭାରତୀୟ ଯୁବକଙ୍କୁ ଭେଟିବା ଓ ବିବାହ କରିବା ପାଇଁ ନିଜେ କିପରି ବିନା ଭିସାରେ ପାକିସ୍ତାନରୁ ଭାୟା ଦୁବାଇ ଓ ନେପାଳ ଦେଇ ଆସି ବେଙ୍ଗାଲୁରୁରେ ପହଞ୍ଚିଥିଲେ ତାହାର ରୋଚକ କାହାଣୀ ଏବେ ପଦାକୁ ଆସିଛି। ଇତିମଧ୍ୟରେ ସଂପୃକ୍ତା ପାକିସ୍ତାନୀ ନାବାଳିକା ଇକ୍ରା ଜୀବାନୀଙ୍କୁ ବେଙ୍ଗାଲୁରୁରୁ ଉଦ୍ଧାର କରାଯିବା ପରେ ତାଙ୍କୁ ରବିବାର ଓ୍ଵାଘା ସୀମାରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ଆଉ ତାଙ୍କ ଭାରତୀୟ ପ୍ରେମିକ ମୁଲାୟମ ସିଂହ ଯାଦବ (୨୬) ବର୍ତ୍ତମାନ ଜେଲରେ ଅଛନ୍ତି। ଯାହାଙ୍କ ଘରୁ ଇକ୍ରାଙ୍କୁ ଉଦ୍ଧାର କରାଯାଇଥିଲା।