ପୁଣି ବନ୍ଦେ ଭାରତ ଟ୍ରେନ ଉପରେ ପଥର ମାଡ, ଭାଙ୍ଗିଲା ଦୁଇଟି ଝରକାର କାଚ

କିଛି ଦିନର ନୀରବତା ପରେ ପୁଣି ବନ୍ଦେ ଭାରତ ଟ୍ରେନ ଉପରେ ଅସାମାଜିକ ବ୍ୟକ୍ତି ଆକ୍ରମଣ କରିଛନ୍ତି | ତେବେ ଏଥର ପଶ୍ଚିମବଙ୍ଗରୁ ନୁହେଁ ବରଂ ଦକ୍ଷିଣ ଭାରତରୁ ଏଭଳି ଖବର ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଗତକାଲି ପଥର ମାଡ଼ରେ ମହୀଶୂର-ଚେନ୍ନାଇ ବନ୍ଦେ ଭାରତ ଟ୍ରେନର ଦୁଇଟି ଝରକା ନଷ୍ଟ ହୋଇଯାଇଛି। ବାସ୍ତବରେ, ଯେତେବେଳେ ଟ୍ରେନ୍ କୃଷ୍ଣରାଜପୁରମ୍-ବେଙ୍ଗାଲୁରୁ ଛାଵନୀ ରେଳ ଷ୍ଟେସନ ମଧ୍ୟରେ ପହଞ୍ଚିଥିଲା, କିଛି ଅସାମଜିକ ବ୍ୟକ୍ତି ଟ୍ରେନକୁ ପଥର ଫିଙ୍ଗିଥିଲେ | ଦକ୍ଷିଣ-ପଶ୍ଚିମ ରେଳବାଇ ଦ୍ୱାରା ଏହି ସୂଚନା ଦିଆଯାଇଛି | ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ଅନ୍ୟପଟରେ କିଏ ପଥର ଫିଙ୍ଗିଛି ତାହା ଅନୁସନ୍ଧାନ କରିବାକୁ ଅଧିକାରୀମାନେ ଚେଷ୍ଟା କରୁଛନ୍ତି।