ପାକିସ୍ତାନର ବାଲୋଚିସ୍ତାନରେ ବିସ୍ଫୋରଣ: ୪ମୃତ, ୧୪ଆହତ

ପାକିସ୍ତାନର ବାଲୋଚିସ୍ତାନରେ ବିସ୍ଫୋରଣ ନେଲା ୪ଜୀବନ। ରବିବାର ଦିନ ବାଲୋଚିସ୍ତାନର ବରଖାନର ଏକ ବଜାର ଭିତରେ ବିସ୍ଫୋରଣ ହେବାରୁ ଅତି କମରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି।

ବରଖାନ ଡେପୁଟି କମିଶନର ଅବଦୁଲ୍ଲା ଖୋସୋ କହିଛନ୍ତି ଯେ ରାଖନୀ ବଜାର ଅଞ୍ଚଳରେ ଏକ ମୋଟରସାଇକେଲରେ ଲଗାଯାଇଥିବା ଆଇଡି ବିସ୍ଫୋରଣ ହେବାରୁ ବଜାରରେ ନିଆଁ ଲାଗିଥିଲା।ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଆହତମାନଙ୍କୁ ରାଖନୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା।

ଏହି ଘଟଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବାଲୋଚିସ୍ତାନ ମୁଖ୍ୟମନ୍ତ୍ରୀ ଅବଦୁଲ କୁଡୁସ ବିଜେଞ୍ଜୋ ଏବଂ ପୁଲିସର ଇନ୍ସପେକ୍ଟର ଜେନେରାଲଙ୍କୁ ଏହି ଘଟଣାର ରିପୋର୍ଟ ମାଗିଛନ୍ତି।