ଗୁଜରାଟରେ ୪.୩ତୀବ୍ରତାର ଭୂକମ୍ପ ଅନୁଭୂତ

ଭୂକମ୍ପରେ ଦୋହଲିଲା ଗୁଜରାଟ। ରବିବାର ଅପରାହ୍ନରେ ଗୁଜରାଟରେ ୪.୩ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜକୋଟର ୨୭୦କିଲୋମିଟର ଉତ୍ତର ଉତ୍ତର ପଶ୍ଚିମରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ଜଣାପଡ଼ିଛି। ଅପରାହ୍ନରେ ୩ଟା ୨୧ରେ ଭୂକମ୍ପ ହୋଇଥିବା କୁହାଯାଉଛି। ଏହି ଭୂକମ୍ପ ପରେ କେହି ମୃତାହତ ହେବାର ଖବର ମିଳିନାହିଁ।

ଏହା ପୂର୍ବରୁ ଫେବ୍ରୁଆରି ୧୯ରେ ଅରୁଣାଚଳ ପ୍ରଦେଶରେ ୩.୮ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଥିଲା ଯେ ମଧ୍ୟାହ୍ନ ୧୨ଟା ୧୨ରେ ଏହି ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୁଟାନ ସୀମା ନିକଟ ପଶ୍ଚିମ କାମେଙ୍ଗର ୧୦କିଲୋମିଟର ଗଭୀରରେ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କୁହାଯାଇଥିଲା। ମଧ୍ୟ-ଉତ୍ତର ଆସାମ ଏବଂ ଭୁଟାନର ପୂର୍ବ ଭାଗରେ କମ୍ପନ ଅନୁଭୂତ ହୋଇଥିବ‌ା ବେଳେ ଏହି ଭୂକମ୍ପରେ କେହି ମୃତାହତ ହେବାର ଖବର ମିଳିନଥିଲା।