କେଜ୍ରିଓ୍ଵାଲଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ଜେଲରେ ଥିବା ୨ ମନ୍ତ୍ରୀ : ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ଏବଂ ଖୁବଶୀଘ୍ର କ୍ୟାବିନେଟରେ ପରିବର୍ତ୍ତନ କରି ନୂଆ ମନ୍ତ୍ରୀଙ୍କୁ ସାମିଲ କରିପାରନ୍ତି।

ଆଜି ସଂଧ୍ୟାରେ ସୁପ୍ରିମକୋର୍ଟ ସିସୋଦିଆଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଲାଗି ନିର୍ଦ୍ଦେଶ ଦେବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି। ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଏହି ମାମଲାରେ ଆପଣ ହାଇକୋର୍ଟକୁ ଯାଆନ୍ତୁ। ଆମର ଦ୍ୱାର ଖୋଲା ଅଛି, କିନ୍ତୁ ବର୍ତ୍ତମାନ ଯେଉଁ ସ୍ତରରେ ମାମଲା ରହିଛି  ଆମେ ତତ୍କାଳ ଏହାର ଶୁଣାଣି କରିବାକୁ ପ୍ରସ୍ତୁତ ନାହୁଁ।