ଲିଭ-ଇନ ସମ୍ପର୍କରେ ରହୁଥିବା ଯୋଡ଼ିଙ୍କ ପଞ୍ଜୀକରଣ ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ

ଲିଭ-ଇନ ସମ୍ପର୍କର ପଞ୍ଜୀକରଣ ଏବଂ ଏହାକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି। ଏହି ଆବେଦନରେ ଶ୍ରଦ୍ଧା ୱାଲକର ଏବଂ ନିକ୍କି ଯାଦବଙ୍କ ହତ୍ୟା ମାମଲାକୁ ଉଲ୍ଲେଖ କରାଯାଇଛି। ଏହି ଆବେଦନରେ କୁହାଯାଇଛି ଯେ, ଗୋପନୀୟ ଭାବରେ ଚାଲିଥିବା ଏପରି ସମ୍ପର୍କ ଜଘନ୍ୟ ଅପରାଧର କାରଣ ହୋଇ ସାମ୍ନାକୁ ଆସୁଛି। ଲିଭ-ଇନ ପାର୍ଟନରଙ୍କ ସୁରକ୍ଷା ପାଇଁ ପୁଲିସ୍ ସେମାନଙ୍କ ସମ୍ପର୍କ ବିଷୟରେ ସୂଚନା ପାଇବା ଆବଶ୍ୟକ |

ସୁପ୍ରିମକୋର୍ଟର ଓକିଲ ମମତା ରାନୀ ଏହି ଆବେଦନ କରିଥିବାବେଳେ ଲିଭ-ଇନରେ ରହୁଥିବା ଲୋକଙ୍କ ସଂଖ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ମଧ୍ୟ ଦାବି କରାଯାଇଛି। କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି ଆବେଦନରେ କୁହାଯାଇଛି। ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଲିଭ-ଇନ ସମ୍ପର୍କର ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବା ପରେ ହିଁ ଏହି ସଂଖ୍ୟା ସମ୍ବନ୍ଧୀୟ ସୂଚନା ଉପଲବ୍ଧ ହେବ। ଆବେଦନକାରୀ ଶ୍ରଦ୍ଧା ଏବଂ ନିକ୍କି ହତ୍ୟା ମାମଲା ଭଳି ଅନେକ ମାମଲାର ଉଲ୍ଲେଖ କରିଛନ୍ତି।