ଉତ୍ତର-ପୂର୍ବ ଏବେ ନା ଦିଲ୍ଲୀଠାରୁ ନା ଦିଲଠାରୁ ଦୂରରେ ଅଛି : ମୋଦୀ

ଉତ୍ତର-ପୂର୍ବାଞ୍ଚଳର ତିନୋଟି ରାଜ୍ୟରେ ହୋଇଥିବା ନିର୍ବାଚନରେ ବିଜେପିର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ଅଫିସଠାରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ଉତ୍ତର-ପୂର୍ବ ଦିଲ୍ଲୀଠାରୁ ଦୂର ନୁହେଁ, କି ଦିଲ୍ (ହୃଦୟ)ଠାରୁ ଦୂର ନୁହେଁ ।

ପ୍ରଥମେ ସେ ଉତ୍ତରପୂର୍ବାଞ୍ଚଳ ଲୋକମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ । ଏହା ସହିତ  ଲୋକମାନଙ୍କ ସମ୍ମାନରେ ନିଜ ନିଜର ମୋବାଇଲ ଫୋନର ଫ୍ଲାସଲାଇଟ୍ ଜଳାଇବାକୁ ସେ କର୍ମୀମାନଙ୍କୁ ନିବେଦନ କରିଥିଲେ ।

ବର୍ଷ ବର୍ଷ ଧରି ବିଜେପି ମୁଖ୍ୟାଳୟରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି, ଆଜି ନମ୍ରତାର ସହ ଲୋକଙ୍କ ଆଗରେ ମୁଣ୍ଡ ନୁଆଁଇବାର ଆଉ ଏକ ସୁଯୋଗ ରହିଛି। ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡବାସୀଙ୍କୁ ମୁଣ୍ଡ ନୁଆଁଇ କୃତଜ୍ଞତା ଜଣାଉଛି।

ଏହି ସବୁ ରାଜ୍ୟର ଲୋକମାନେ ଆମର ସହଯୋଗୀ ମାନଙ୍କୁ ବହୁତ ଆଶୀର୍ବାଦ ଦେଇଛନ୍ତି । ଦିଲ୍ଲୀରେ କାମ କରିବା ବିଜେପି ପାଇଁ କଷ୍ଟକର ନୁହେଁ, କିନ୍ତୁ ଉତ୍ତର-ପୂର୍ବରେ ଆମର କର୍ମୀମାନେ ଦୁଇଗୁଣ କଠିନ ପରିଶ୍ରମ କରିଛନ୍ତି, ମୁଁ ସେମାନଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରୁଛି ଏବଂ ଧନ୍ୟବାଦ ଜଣାଉଛି ।