ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକରେ ବର୍ତ୍ତିଗଲେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ଏକ ବଡ଼ ଦୁର୍ଘଟଣାରୁ ଆଜି (ବୁଧବାର) ଅଳ୍ପକରେ ରକ୍ଷା ପାଇ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମହାରାଷ୍ଟ୍ର ଥାନେ ଜିଲ୍ଲାର ଶାହାପୁର ଠାରେ ବୁଧବାର ଦିନ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇଥିବା ସଭାମଞ୍ଚ ଉପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଉପସ୍ଥିତ ଥିବାବେଳେ ଅଚାନକ ପ୍ରବଳ ଝଡ଼ ପବନ ଓ ବର୍ଷା ଯୋଗୁଁ ସଭା ମଣ୍ଡପଟିର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ତେବେ, ଶାହାପୁର ଠାରେ ଘଟିଥିବା ଏହି ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଅଳ୍ପକରେ ରକ୍ଷା ପାଇ ଯାଇଥିଲେ। କିନ୍ତୁ, ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବହୁ ମହିଳା ଆହତ ହୋଇଥିଲେ।