କଂଗ୍ରେସ ମୋଦୀଙ୍କ କବର ଖୋଳିବାରେ ଓ ମୋଦୀ ଗରିବଙ୍କ ଜୀବନକୁ ସହଜ କରିବାରେ ବ୍ୟସ୍ତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କର୍ଣ୍ଣାଟକକୁ ଅନେକ ଯୋଜନା ଉପହାର ଦେବା ସହ ବେଙ୍ଗାଲୁରୁ-ମହୀସୁର ଏକ୍ସପ୍ରେସୱେକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ଏହା ପରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଟାର୍ଗେଟ କରିଥିବା ଦେଖାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ‘କଂଗ୍ରେସ ଏବଂ ଏହାର ସହଯୋଗୀମାନେ ମୋଦୀଙ୍କ କବର ଖୋଳିବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ମୋଦୀ ବେଙ୍ଗାଲୁରୁ-ମହୀସୁର ଏକ୍ସପ୍ରେସୱେ ନିର୍ମାଣରେ ବ୍ୟସ୍ତ ଅଛନ୍ତି। କଂଗ୍ରେସ ମୋଦୀଙ୍କ କବର ଖୋଳିବାରେ ବ୍ୟସ୍ତ ଏବଂ ମୋଦୀ ଗରିବଙ୍କ ଜୀବନକୁ ସହଜ କରିବାରେ ବ୍ୟସ୍ତ। ମୋଦୀଙ୍କ କବର ଖୋଳିବାକୁ ସ୍ୱପ୍ନ ଦେଖୁଥିବା କଂଗ୍ରେସ ଜାଣେ ନାହିଁ ଯେ ଦେଶର କୋଟି କୋଟି ମା’ ଓ ଭଉଣୀଙ୍କ ଆଶୀର୍ବାଦ ମୋଦୀଙ୍କ ପାଇଁ ବଡ଼ ସୁରକ୍ଷାର ଢ଼ାଲ।