ପାକିସ୍ତାନର ୬୭ ପ୍ରତିଶତ ଯୁବକ ଦେଶ ଛାଡ଼ିବାକୁ ଚାହୁଁଛନ୍ତି

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଯୁବକମାନେ ଏବେ ନିଜ ଦେଶରେ ରହିବାକୁ ଚାହୁଁ ନାହାନ୍ତି। ଏକ ସର୍ଭେ ମୁତାବକ, ଦେଶର ୬୭ ପ୍ରତିଶତ ଯୁବକ ଦେଶଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି। ଗତ ସର୍ଭେରେ ଏହି ଆକଳନ ୬୨ ପ୍ରତିଶତ ଥିବା ବେଳେ ଚଳିତଥର ଏହା ୫ ପ୍ରତିଶତକୁ ବୃଦ୍ଧି ପାଇଛି।

ପାକିସ୍ତାନର ଇନଷ୍ଟିଚ୍ୟୁଟ ଅଫ ଡେଭଲପମେଣ୍ଟ ଇକୋନମିକସ (ପିଆଇଡିଇ)ର ବରିଷ୍ଠ ଅନୁସନ୍ଧାନକାରୀ ଅର୍ଥଶାସ୍ତ୍ରୀ ଡକ୍ଟର ଫହିମ ଜହାଙ୍ଗୀର ଖାନ କହିଛନ୍ତି, ‘ଦେଶର ୬୭ ପ୍ରତିଶତ ଯୁବକମାନେ ବିଦେଶରେ ଭଲ ସୁବିଧା ଓ ସୁଯୋଗ ଅନ୍ବେଷଣରେ ପାକିସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି। ଏମିତି କି ପାକିସ୍ତାନରେ ୩୧ ପ୍ରତିଶତ ଶିକ୍ଷିତ ଯୁବକ ବେରୋଜଗାର ରହିଛନ୍ତି।’