ସ୍ମାର୍ଟଫୋନ ମାଧ୍ୟମରେ ଚୀନ ନଜର ରଖୁଛି କି ? ସରକାର ଆଣିବେ ନୂଆ ନିୟମ

ସାଇବର ସୁରକ୍ଷା ଓ ଗୋପନୀୟତାକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ସୁରକ୍ଷା ନିୟମ ଅନୁଯାୟୀ, କେନ୍ଦ୍ର ସରକାର ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ପ୍ରି-ଇନଷ୍ଟଲ୍ ହୋଇଥିବା ଆପ୍ଗୁଡ଼ିକୁ ହଟାଇବା ଏବଂ ଆଗାମୀ ଦିନରେ ପ୍ରମୁଖ ଅପରେଟିଂ ସିଷ୍ଟମ୍ ଅପଡେଟ୍ ଗୁଡ଼ିକର ବାଧ୍ୟତାମୂଳକ ଯାଞ୍ଚ ପାଇଁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇପାରନ୍ତି।

ଯଦିଓ ଏହି ପ୍ରସ୍ତାବିତ ନିୟମର ରୂପରେଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, ତଥାପି ବିଶ୍ୱର ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ୍ ବଜାର ଭାରତ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସାମସଙ୍ଗ, ସାଓମି, ଭିଭୋ ଓ ଆପଲ ସମେତ ଅନେକ ବଡ କମ୍ପାନୀ କ୍ଷତି ସହିବାର ସମ୍ଭାବନା ରହିଛି ।