ମୁମ୍ବାଇ ଆପାର୍ଟମେଣ୍ଟରେ ନିଆଁ ; ୧୦ ଆହତ, ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା

ମୁମ୍ବାଇର ମୁଲଣ୍ଡଠାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ୧୦ ଜଣ ଆହତ ହୋଇଛନ୍ତି ଓ ୮୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ହୋଇଥିବାବେଳେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ମୁଲଣ୍ଡର ଜାଗୃତି ବିହାର ସୋସାଇଟିରେ ଏହି ନିଆଁ ଲାଗିଥିଲା । ଆପାର୍ଟମେଣ୍ଟର ମିଟର ରୁମରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା ଓ ତାହା ସମଗ୍ର କୋଠାକୁ ବ୍ୟାପିଯାଇଥିଲା ।  ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି ।