ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ୨ ପାଇଲଟ

ସେନାର ଚିତା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨ଜଣ ପାଇଲଟ। ଆଜି ସକାଳେ ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେନାର ଚିତା ହେଲିକପ୍ଟର। ସକାଳ ପ୍ରାୟ ୯ଟା ୧୫ ସମୟରେ ଏହି ହେଲିକପ୍ଟରଟି ଅରୁଣାଚଳ ପ୍ରଦେଶର ବୋମ୍ଡିଲା ନିକଟରୁ ଏକ ପରୀକ୍ଷାମୂଳକ ଉଡ଼ାଣ କରିଥିଲା ​​ଏବଂ ଏହାର କିଛି ସମୟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର(ଏଟିସି) ସହିତ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ପରେ ଏନେଇ ଯାଞ୍ଚ କରାଯିବାରୁ ବୋମ୍ଡିଲାର ପଶ୍ଚିମରେ ଥିବା ମଣ୍ଡଲା ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଥିଲା। ଦୁର୍ଘଟଣାର ଖବର ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିବା ବେଳେ ଏଥିରେ ଥିବା ଉଭୟ ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ ହୋଇଥିବା ଏକ ପ୍ରକାର ନିଶ୍ଚିତ ହୋଇଥିଲା । ସଦ୍ୟ ସୂଚନା ଅନୁଯାୟୀ, ହେଲିକପ୍ଟର ଚଳାଉଥିବା ଦୁଇ ପାଇଲଟ୍ ଲ୍ୟୁଟନାଣ୍ଟ କଲୋନେଲ୍ ଭିଭିବି ରେଡ୍ଡି ଓ ମେଜର ଜୟନାଥ ଏ ଦୁର୍ଘଟଣାରେ ପ୍ରା‌ଣହରାଇଥିବା ସ୍ପଷ୍ଟ ହୋଇଛି। ଦୁର୍ଘଟଣାରେ ପରେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ଏବେ ଶେଷ କରାଯାଇଛି।