କେସିଆରଙ୍କ ଝିଅଙ୍କୁ ଆଉ ଏକ ନୋଟିସ୍‌ ଜାରିକଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କୁ ମାର୍ଚ୍ଚ ୨୦ ତାରିଖ ପାଇଁ ପୁଣି ଥରେ ଆଉ ଏକ ନୂଆ ସମନ ଜାରି କରିଛି। କାରଣ ସେ ସୁପ୍ରିମ୍‌ କୋର୍ଟରେ ତାଙ୍କ ବିଚାରାଧୀନ ଆବେଦନକୁ ଦର୍ଶାଇ ଇଡ଼ିର ଗୁରୁବାରର ନୋଟସକୁ ଏଡ଼ାଇ ଦେଇଥିଲେ।

ଜାତୀୟ ତଦନ୍ତକାରୀ ସଂସ୍ଥା ଇଡି ସୂତ୍ରରୁ ପ୍ରକାଶ ଯେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଚାଲିଥିବା ତଦନ୍ତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ତେଲେଙ୍ଗାନା ଏମଏଲସି କେ କବିତାଙ୍କ ୬ ପୃଷ୍ଠାର ‘ରିପ୍ରେଜେଣ୍ଟଟେସନ’କୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏବଂ ତାଙ୍କୁ ମାର୍ଚ୍ଚ ୨୦ ତାରିଖରେ ଇଡିରେ ହାଜର ହେବାକୁ କୁହାଯାଇଛି।