କେନ୍ଦ୍ରମନ୍ତ୍ରୀଙ୍କ ଭଉଣୀ ବିବାହ ଭୋଜିରେ ପ୍ରଧାନମନ୍ତ୍ରୀଙ୍କ ସମେତ ପହଞ୍ଚିଥିଲେ ଏହି ସବୁ ମାନ୍ୟଗଣ୍ୟ ବ୍ୟକ୍ତି

କେନ୍ଦ୍ରମନ୍ତ୍ରୀଙ୍କ ଭଉଣୀ ବିବାହରେ ବଡ଼ବଡ଼ ରାଜନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି ନିମନ୍ତ୍ରଣ ରକ୍ଷା କରି ପହଞ୍ଚିଥିଲେ।  ରାଜଧାନୀ ନୂଆଦିଲ୍ଲୀରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ରାଜ୍ୟ ମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ବଙ୍ଗଳାରେ ସାନ ଭଉଣୀର ରିସେପସନ ପାଇଁ ବଡ଼ ଭୋଜିର ଆୟୋଜନ କରାଯାଇଥିଲା।

ମାର୍ଚ୍ଚ ୧୬ରେ ଅନୁପ୍ରିୟା ପଟେଲ ତାଙ୍କ ଭଉଣୀ ପାଇଁ ରିସେପସନ ଭୋଜି ତଥା ଆର୍ଶୀବାଦ ସମାରୋହର ଆୟୋଜନ କରିଥିବା କଥା କହିଥିଲେ। ଏଥିରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଲୋକସଭା ଅଧ୍ୟକ୍ଷ ସାମିଲ ହୋଇଥିଲେ।