ମାଗଣା ବିଦ୍ୟୁତ୍‌ ସଂଯୋଗ ଦେଲେ ଶ୍ରୀଲଙ୍କା ପରି ପରିସ୍ଥିତି ହେବ : ଶକ୍ତି ମନ୍ତ୍ରୀ

ଶୁକ୍ରବାର ବିଧାନସଭାର ‘ବିଦ୍ୟୁତ ଶୁଳ୍କ ଆଦାୟରେ ଟାଟା ପାୱାର ମାଲାମାଲ୍, ରାଜ୍ୟବାସୀ ବେହାଲ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବ ସଂପର୍କିତ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଦ୍ୟୁତ ପରିବହନ ଜନିତ କ୍ଷତି ଉପରେ ନିଜର ମତ ରଖିଥିଲେ। ସେ କହିଥିଲେ, ‘ବିଦ୍ୟୁତ ପରିବହନ ଜନିତ କ୍ଷତିକୁ ହ୍ରାସ କରିବାରେ ସରକାର ବିଫଳ ହୋଇଛନ୍ତି। ବିଦ୍ୟୁତ ପରିବହନ ଜନିତ କ୍ଷତି ହ୍ରାସ କରିବା ପାଇଁ ଘରୋଇ କମ୍ପାନି ଟିପିଓଡିଏଲକୁ ଦାୟିତ୍ବ ଦିଆ ଯାଇଥିଲା। ହେଲେ କମ୍ପାନି ବିଦ୍ୟୁତ ପରିବହନ ଜନିତ କ୍ଷତି ହ୍ରାସ ପାଇବାରେ ବିଫଳ ହୋଇଛି। ଓଡିଶା ଏକ ବିଦ୍ୟୁତ ବଳକା ରାଜ୍ୟ ହୋଇଥିବା ବେଳେ ବିଦ୍ୟୁତ ତାରିଫ ବଢ଼ି ବଢ଼ି ଚାଲିଛି। ଏହା ଲୋକଙ୍କ ଉପରେ ବୋଝ ହୋଇଛି। ଦିଲ୍ଲୀ, ପଞ୍ଜାବ ଭଳି ଆମ ରାଜ୍ୟ ସରକାର ଉପଭୋକ୍ତାମାନଙ୍କୁ  ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦିଅନ୍ତୁ।’