ଥାନାରେ ହାଜର ହେବେ ଡିଜେ ଆଜେକ୍ସଙ୍କ ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗ: ବୟାନ ରେକର୍ଡ କରାଯିବ

ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟା ମାମଲାରେ ଦୁଇ ଜଣଙ୍କ ନାଁରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରିଛି। ଡିଜେ ଆଜେକ୍ସଙ୍କ ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଆଇପିସିର ଧାରା ୩୦୬ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ଖୁବ ଶୀଘ୍ର ଡିଜେ ଆଜେକ୍ସଙ୍କ ପ୍ରେମିକା ଓ ତାଙ୍କର ବନ୍ଧୁଙ୍କୁ ଥାନାକୁ ଡାକି ବୟାନ ରେକର୍ଡ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପ୍ରେମିକଙ୍କ ହାତ ଥିବା କୁହାଯାଇଛି। ଦୁହେଁ ମିଶି ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ଥାନାରେ ଅଭିଯୋଗ କରିଛନ୍ତି।