ଗୋପାଳକୁ ପାଗଳ ସଜେଇବା ପାଇଁ ସରକାର ପାଗଳ: ନରସିଂହ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ଗୋପାଳ ଦାସଙ୍କୁ ନେଇ ଆଜି ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର | ସେ କହିଛନ୍ତି ଯେ ଗୋପାଳ ଗତ ଦଶ ବର୍ଷ ମଧ୍ୟରେ କେତେ ଦିନ ଛୁଟି ନେଇଥିଲା ଏବଂ କାହିଁକି ନେଇଥିଲା ତାହାର ଉତ୍ତର ମୁଁ ଜାଣିବାକୁ ଚାହିଁଥିଲି । ଉତ୍ତରରେ ସରକାର କହିଛନ୍ତି ଯେ ମାନସିକ ଚିକିତ୍ସା ହେଉ କି କେଉଁ ବି ଚିକିତ୍ସା ପାଇଁ ଗୋପାଳ କୌଣସି ଦରଖାସ୍ତ ଦେଇନଥିଲା । ବହୁ ସମୟରେ ଛୁଟି ମାଗିଛି । ଅଧାରୁ ଅଧିକ ସମୟ ସ୍ତ୍ରୀର ଦେହ ଖରାପ ଦର୍ଶାଇ ଛୁଟି ମାଗିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଗୋପାଳ ପାଗଳ ନଥିଲା କିମ୍ବା ପାଗଳ ନାହିଁ । ଯେତେବେଳେ ତାର ପରିବାର ଲୋକେ ଗଣମାଧ୍ୟମରେ କହିଲେ ସେ ପାଗଳ ସେହି ସମୟରେ ଗୋଟେ ଏକ୍ସପର୍ଟ ଟିମ ଏସସିବି ମେଡ଼ିକାଲର ତାକୁ ପରୀକ୍ଷାନିରୀକ୍ଷା କଲେ ଆଉ ତାର ମାନସିକ ଅବସ୍ଥା ଠିକ ଅଛି ବୋଲି କହିଲେ ।