ହଲମାର୍କିଂର ନୂତନ ନିୟମ ସମ୍ଵନ୍ଧ‌ରେ ଗ୍ରାହକଙ୍କୁ ଅବଗତ କଲା ମନହରଲାଲ ପାଲା ଜୁଏଲର୍ସ

ହଲମାର୍କିଂର ନୂତନ ନିୟମର ସବିଶେଷ ବିବରଣୀ ସମ୍ଵନ୍ଧରେ ଗ୍ରାହକମାନଙ୍କୁ ଗଣମାଧ୍ୟମ ଜରିଆରେ ପ୍ରଦାନ କରାଯାଇଛି। ବାଲେଶ୍ବରର ଅଗ୍ରଣୀ ଜୁଏଲର୍ସ ‘ମନହରଲାଲ ପାଲା ଜୁଏଲର୍ସ’ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି। ଏହି ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ବ୍ୟାଖ୍ୟା କରାଯାଇ ଗ୍ରାହକମାନଙ୍କୁ ଜଣାଇ ଦିଆଯାଉଛି ଯେ ସାଧାରଣ ଗ୍ରାହକ ଏବଂ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ନୂତନ ନିୟମ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ସେମାନେ ନିର୍ଦ୍ଦିଷ୍ଟ ଗୁଣାତ୍ମକ ଅଳଙ୍କାର ପାଇପାରିବେ। ହଲମାର୍କ କଣ ? ହଲମାର୍କ କେବଳ ଏକ ଶୁଦ୍ଧତା ପ୍ରାମାଣିକୀକରଣ ପ୍ରକ୍ରିୟା ଏବଂ ହଲମାର୍କ ୟୁନିକ୍‌ ଆଇଡିଣ୍ଟିଫିକେସନ୍‌ (ଏଚ୍‌ୟୁଆଇଡି) ହେଉଛି ଭାରତ ସରକାରଙ୍କ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ (ବିସ୍‌) ଅଧୀନରେ ଥିବା ପ୍ରତ୍ୟେକ ଅଳଙ୍କାରର ଡିଜିଟାଇଜେସନ୍।