ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିବରଣୀ ଲିକ୍ ହେବା ଜାଣି ବି କେରଳ ସରକାର ଚୁପ ରହିବା ମୋତେ ଆଶ୍ଚର୍ଯ୍ୟ କରୁଛି: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

ଆସନ୍ତାକାଲି କେରଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ତାଙ୍କର ସୁରକ୍ଷା ବିବରଣୀ ଲିକ୍ ହୋଇଛି ବୋଲି ଏବେ ସାମ୍ନାକୁ ଆସିଛି। କିଏ ଓ କାହିଁକି ଏଭଳି କରିିଛି, ତାହା ସାମ୍ନାକୁ ଆସିନଥିଲେ ବି ବିଜେପି ଏବେ କେରଳ ସରକାରଙ୍କୁ ଟାର୍ଗେଟ କରିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବିବରଣୀ ଲିକ୍ ହେବା ଜାଣି ବି କେରଳ ସରକାର ଚୁପ ରହିବା ମୋତେ ଆଶ୍ଚର୍ଯ୍ୟ କରୁଛି ବୋଲି କହିଛନ୍ତି କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌ ମୁରଲୀଧରନ।

ତାଙ୍କ କହିବା ମୁତାବକ, ଏହା ଆଶ୍ଚର୍ଯ୍ୟଜନକ ଯେ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥାର ବିବରଣୀ ଗଣମାଧ୍ୟମ ଏବଂ ହ୍ବାଟସ୍ଆପ୍ ଗ୍ରୁପରେ ଲିକ୍ ହୋଇଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କେରଳ ସରକାରଙ୍କ ନୀରବତା। ୨୪ ଘଣ୍ଟା ମଧ୍ୟରେ ତଥ୍ୟ ଲିକ୍ କରିଥିବା ବ୍ୟକ୍ତି ଚିହ୍ନଟ କରାଯିବା ଉଚିତ୍, କିନ୍ତୁ କେରଳ ସରକାରଙ୍କ ଦ୍ବାରା ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଉ ନାହିଁ।”