ପଡୋଶୀଙ୍କୁ ଫସାଇ ପ୍ରତିଶୋଧ ନେବାକୁ ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେରଳ ଗସ୍ତ ସମୟରେ କେରଳରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହେବ ବୋଲି ଧମକ ଦେଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଆସନ୍ତା ୨୪ ତାରିଖରେ ମୋଦୀ କେରଳ ଗସ୍ତରେ ଯିବାକୁ ଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। କୋଚି ସିଟି କମିଶନର ସେତୁ ରମଣ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକପୂର୍ଣ୍ଣ ଚିଠି ପଠାଇଥିବା ଯୁବକଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତଙ୍କ ନାମ ଜାଭିୟର ହୋଇଥିବାବେଳେ ପଚରାଉଚରାବେଳେ ଅଭିଯୁକ୍ତ କହିଥିଲେ ଯେ ସେ ତାଙ୍କ ପଡ଼ୋଶୀଙ୍କୁ ଫସାଇବାକୁ ଏଭଳି କରିଥିଲେ | ପଡୋଶୀଙ୍କ ସହ ତାଙ୍କର ଦୀର୍ଘଦିନ ଧରି ଶତ୍ରୁତା ରହି ଆସିଥିଲା | ଆଉ ପଡୋଶୀଙ୍କ ନାମରେ ଏହି ଧମକପୂର୍ଣ୍ଣ ଚିଠି ପଠାଇ ତାଙ୍କୁ ଫସାଇବାକୁ ସେ ଯୋଜନା କରିଥିଲେ | ଉଲ୍ଲେଖ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖରେ କେରଳ ଗସ୍ତ କରିବେ।