ସେଲ୍ଫି ନେବାବେଳେ ଭାଙ୍ଗିପଡିଲା ପର୍ଶୁରାମଙ୍କ ଫାର୍ସା

ପର୍ଶୁରାମ ଜୟନ୍ତୀ ଅବସରରେ ଆଜି ରାଜସ୍ଥାନର ଯୋଧପୁରରେ ଏକ ମାମଲା ପୁଲିସ ଏବଂ ପ୍ରଶାସନର ଚିନ୍ତାକୁ ବଢ଼ାଇଦେଇଥିଲା | ବାସ୍ତବରେ ଯୋଧପୁରର ପର୍ଶୁରାମ ସର୍କଲରେ ଥିବା ପର୍ଶୁରାମଙ୍କ ପ୍ରତିମୂର୍ତ୍ତିର ଫାର୍ସା ଭଙ୍ଗାଯାଇଥିବାର ଦେଖିବାକୁ ମିଳିଥିଲା | ଏବାବଦରେ ସୂଚନା ମିଳିବା ପରେ କାଳେ କୌଣସି ଅସୁବିଧା ପରିସ୍ଥିତି ଉପୁଜିବ, ସେଥିପାଇଁ ପୁଲିସ ପ୍ରଶାସନର ଚିନ୍ତା ବଢିଯାଇଥିଲା । ତେବେ ଘଟଣାସ୍ଥଳରେ କେବଳ ପୁଲିସ ନୁହେଁ ବରଂ ବ୍ରାହ୍ମଣ ସମାଜର ସଦସ୍ୟମାନେ ମଧ୍ୟ ପହଞ୍ଚିଯାଇଥିଲେ | ଲୋକଙ୍କ ଗହଳି ବଢ଼ୁଥିବାର ଦେଖି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଅନୁସନ୍ଧାନ ପରେ ଯାହା ଜଣାପଡିଥିଲା, ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ତଦନ୍ତ ସମୟରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ।