ଭୋଟରଙ୍କୁ ପ୍ରଲୋଭନ କରୁଥିବା ଅଭିଯୋଗରେ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ; ୧.୮୨କୋଟି ଟଙ୍କାର ନଗଦ ଟଙ୍କା ଓ ୯୬୩ଟି ରୁପା ଦୀପ ଜବତ

କର୍ଣ୍ଣାଟକର ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ବିଲଗି ନିର୍ବାଚନ ମଣ୍ଡଳରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ମନ୍ତ୍ରୀ ମୁରୁଗେସ ନିରାନି ବିରୋଧରେ ଫ୍ୟାକ୍ଟ୍ରି ଷ୍ଟାଫ କ୍ବାଟର୍ସରୁ ୨୧.୪୫ ଲକ୍ଷ ଟଙ୍କାର ରୁପାର ୯୬୩ଟି ଦୀପ ଜବତ କରାଯିବା ପରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୧୭୧ଏଚ ଆଧାରରେ ମାମଲା ରୁଜୁ ହୋଇଛି।

ମୁଧୋଲ ଥାନାର ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଆମେ ମୁରୁଗେଶ ନିରାନୀ ବିରୋଧରେ ମାମଲା ରୁଜୁ କରିଛୁ। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମନୋଜ କୁମାର ମିଣାଙ୍କ ମୁତାବକ ମୁଧୋଲ ପୁଲିସ ୨୮କି‌ଲୋଗ୍ରାମ ଓଜନର ରୂପା ସାମଗ୍ରୀ ଜବତ କରିଛି।