ରଶ୍ମିରେଖାଙ୍କ ପରେ ଜୀବନ ହାରିଲେ ପ୍ରେମିକ ସନ୍ତୋଷ

ଭୁବନେଶ୍ୱର: ପ୍ରେମିକାଙ୍କ ବାଟରେ ପ୍ରେମିକ । ପ୍ରଥମେ ପ୍ରେମିକା ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବା ପରେ ଏବେ ପ୍ରେମିକ ନିଜ ଜୀବନ ନିଜେ ନେଇଛନ୍ତି। ପ୍ରେମିକା ଙ୍କ ଆତ୍ମହତ୍ୟାର ମାତ୍ର କେଇଦିନ ପରେ ପ୍ରେମିକ ନେଲେ ଚରମ୍ ନିଷ୍ପତ୍ତି। ବା ଆତ୍ମହତ୍ୟା ଭଳି ଚରମ ପନ୍ଥା। ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ଖବର କାହା ମନରୁ ଲିଭି ନଥିବା ବେଳେ ପ୍ରେମିକ
ପ୍ରେମିକ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା କରିଛନ୍ତି ।

ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ସନ୍ତୋଷଙ୍କ ଝୁଲନ୍ତା ଶବ ତାଙ୍କ ରାଉରକେଲା ବାସନ୍ତୀ କଲୋନୀ ଘରୁ ଉଦ୍ଧାର ହୋଇଛି l ଉଦିତନଗର ପୁଲିସ ଶବ ଜବତ କରିଛି l ପଡୋଶୀଙ୍କ ସୂଚନା ପାଇ ପୁଲିସ ତାଙ୍କ ବାସନ୍ତୀ କଲୋନୀ FE-83 ଘରେ ପହଞ୍ଚିଥିଲା l ସନ୍ତୋଷ ରଶ୍ମିରେଖାକୁ ବିବାହ କରି ଭୁବନେଶ୍ଵର ନୟାପଲ୍ଲୀର ଏକ ଭଡା ଘରେ ରହୁଥିଲେ l ରଶ୍ମିରେଖାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ହେବା ପରେ ସନ୍ତୋଷ ରାଉରକେଲା ନିଜ ଘରକୁ ଚାଲିଆସିଥିଲେ l ସନ୍ତୋଷ ମୃତ ଦେହ ନିକଟରୁ ସୁଇସାଇଡ ନୋଟ୍ ମିଳିଛି। ଲେଖା ଅଛି ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଏହି ନିଷ୍ପତି ମୁଁ ନିଜେ ହୋସରେ ଥାଇ ନେଇଛି। ମୁ ଆଉ ମୁକାବିଲା କରିପାରୁ ନାହିଁ। ମୋ ବାପା ମା ମୋର ରଶ୍ମି ସହ ସମ୍ପର୍କ ନେଇ ଜାଣି ନାହାନ୍ତି। ତେଣୁ ତାଙ୍କୁ ଏଥିରୁ ବାଦ ରଖାଯାଉ। ମା ବାପା ଓ ଦିଦି ଙ୍କୁ ଅନେକ ଭଲପାଇବା। ନିଜର ଯତ୍ନ ନିଅନ୍ତୁ। ଶେଷରେ ରଶ୍ମି ଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ମୁଁ ତୁମକୁ ସବୁ ଦିନ ପାଇଁ ଭଲ ପାଏ।ଇଂରାଜୀରେ ଏହି suiside note ଲେଖିଛନ୍ତି। ସନ୍ତୋଷ । ପୋଲିସ୍ ଏହାକୁ ଜବତ କରିଛି

ଗତ ୧୯ ତାରିଖରେ ଟେଲି ଅଭିନେତ୍ରୀ ରସ୍ମିରେଖା ଆତ୍ମହତ୍ୟା କରିଥିଲେ । ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରୁ ଭାଦଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । କିନ୍ତୁ ଏହା ହତ୍ୟା ବୋଲି ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଖୋଲତାଡ଼ ଆରମ୍ଭ କରିଥିଲା ପୋଲିସ ।

ଏପିରିକି ପର୍ଯ୍ୟାୟକ୍ରମେ ରଶ୍ମିରେଖାଙ୍କ ଦୁଇ ପୁରୁଷବନ୍ଧୁ ସନ୍ତୋଷ ଓ ରାଜାଙ୍କୁ ଜେରା କରିଥିଲା ।ସନ୍ତୋଷ ଙ୍କୁ ପଚରା ଉଚରା କରି ଛାଡି ଦେଇଥିଲା ପୋଲିସ । ରଶ୍ମିରେଖା ଓଝା ଙ୍କ ଆତ୍ମହତ୍ୟା ସହିତ କୌଣସି ସଂଶ୍ଳିଷ୍ଟ ନଥିବା ରୁ ପୋଲିସ ତାଙ୍କୁ ଛାଡି ଦେଇଥିଲା ଏବେ ପ୍ରଶ୍ନ ଉଠୁଛି କାହିଁକି ସନ୍ତୋଷ ଏଭଳି ନିଷ୍ପତି ନେଲେ।

କଣ ପାଇଁ ଜୀବନକୁ ଛି କରିଦେଲେ। ଯଦିଓ ସୁଇସାଇଡ ନୋଟ୍ ରେ ଏଥିପାଇଁ ସେ କାହାରିକୁ ଦାୟୀ କରି ନାହାନ୍ତି କିନ୍ତୁ ସନ୍ତୋଷ ମାନସିକ ଚାପରେ ଥାଇକି ଏଭଳି ନିଷ୍ପତ୍ତି ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣା ପଡ଼ୁଛି। ଜବତ ହୋଇଥିବା ସୁଇସାଇଡ ନୋଟ୍ ପୋଲିସକୁ ତଦନ୍ତ କୁ ଆଗକୁ ବଢ଼ାଇବାରେ କେତେ ସହାୟକ ହେଉଛି ତାରି ଉପରେ ସମସ୍ତଙ୍କ ନଜର ରହିଛି।