ଦୈତାରୀ ପଣ୍ଡାଙ୍କ ବିରୋଧରେ ଥାନାରେ ମାମଲା

ବାଲେଶ୍ୱର: ଅଭିନେତା ଦୈତାରୀ ପଣ୍ଡାଙ୍କ ବିରୋଧରେ ଥାନାରେ ଏତଲା ଦାଏର କରିଛନ୍ତି ଜଣେ ନିର୍ଦ୍ଧିଷ୍ଟ ଯାତ୍ରା ପାର୍ଟିର ସିଇଓ । ଦୈତାରୀ ଅଭିନୟ କରିବା ପାଇଁ ୧୫ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିବା ବେଳେ ଏବେ ଫୋନ୍‌ ଉଠାଉ ନଥିବା ଅଭିଯୋଗ ହୋଇଛି । ରାଜଧାନୀ ମିଡିଆ ହାଉସ୍‌ର ସିଇଓ ଏନେଇ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ, ରାଜଧାନୀ ମିଡିଆ ହାଉସ୍‌ ପରିଚାଳିତ ପାର୍ବତୀ ଗଣନାଟ୍ୟରେ ଅଭିନୟ ପାଇଁ ଦୈତାରୀ ୧୫ ଲକ୍ଷ ଟଙ୍କା ଆଡ୍‌ଭାନ୍ସ ନେଇଥିଲେ । ୨୦୨୨-୨୩ ଗୋଟିଏ ବର୍ଷ ପାଇଁ ଚୁକ୍ତି ହୋଇଥିଲା । ହେଲେ ଦୈତାରୀ ଏହି ଚୁକ୍ତି ଭଙ୍ଗ କରିଛନ୍ତି । ସେ ଫୋନ୍‌ ଉଠାଉ ନଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଶୀଘ୍ର ଖୋଜିବା ପାଇଁ ପୋଲିସ୍‌ ଥାନାରେ ଦାଏର୍‌ ହୋଇଥିବା ଏଫ୍‌ଆଇଆର୍‌ କପିରୁ ଜଣାପଡ଼ିଛି ।