ପ୍ରଧାନମନ୍ତ୍ରୀଙ୍କୁ ‘ନାଲାଏକ୍’ କହି ଫସିଲେ ଖଡ଼ଗେଙ୍କ ପୁଅ, କାରଣ ଦର୍ଶାଅ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ନାଲାଏକ୍’ ( ଅଯୋଗ୍ୟ) କହି ଫସିଲେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟାଙ୍କ ଖଡ଼ଗେ। କାରଣ ଦର୍ଶାଅ ନୋଟିସ ପଠାଇଲେ ନିର୍ବାଚନ ଆୟୋଗ। ଏଥିସହ ସୋନିଆ ଗାନ୍ଧୀଙ୍କ ପାଇଁ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ ନିର୍ବାଚନ ଆୟୋଗ ବିଜେପି ବିଧାୟକ ବସନଗୌଡା ଆର ପାଟିଲ (ଯତନାଲ)ଙ୍କୁ ମଧ୍ୟ ଏକ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି। ବସନଗୌଡା ହେଉଛନ୍ତି ବିଜେପିର ଷ୍ଟାର ପ୍ରଚାରକ।

ନିକଟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କର ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ‘ବିଷାକ୍ତ ସାପ’ ଶବ୍ଦ ବ୍ୟବହାର କରିବା ପରେ ବସନଗୌଡା ସୋନିଆ ଗାନ୍ଧୀଙ୍କ ପାଇଁ ‘ବିଷକନ୍ୟା’ ଶବ୍ଦ ବ୍ୟବହାର କରିଥିଲେ ଏବଂ ତାଙ୍କୁ ଚୀନ୍ ଓ  ପାକିସ୍ତାନର ଏଜେଣ୍ଟ ବୋଲି କହିଥିଲେ। ତେବେ ଉଭୟ ପ୍ରିୟାଙ୍କ ଓ ବସନଗୌଡାଙ୍କୁ ଗୁରୁବାର ସନ୍ଧ୍ୟା ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଛି।