ବଜ୍ରପାତରେ ନବ ବିବାହିତାଙ୍କ ମୃତ୍ୟୁ

ବଜ୍ରପାତରେ ନବ ବିବାହିତା ମହିଳାଙ୍କ ମୃତ୍ୟୁ। ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୁଣ୍ଢୋଳ ଗ୍ରାମର ହିକେଇସାହିରେ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଣୀପାଳ ଗ୍ରାମର ସିଦ୍ଧ‌ ମାରାଣ୍ଡିଙ୍କ ସହିତ ସୁଣ୍ଢୋଳ ଗ୍ରାମ ହିକେଇ ସାହି ର ସାଙ୍ଖୋ ମାରାଣ୍ଡିଙ୍କ ଝିଅ ବବିତା ମାରାଣ୍ଡିଙ୍କ ବିବାହ ଚାରି ପାଞ୍ଚ ମାସ ପୂର୍ବରୁ ସାନ୍ତାଳୀ ରୀତିନୀତିରେ ହୋଇଥିଲା।

ତେବେ ଆସନ୍ତା ୯ ତାରିଖ ସାନ୍ତାଳୀ ପରମ୍ପରା ଅନୁଯାୟୀ ସୁଣ୍ଢୋଳ ଗ୍ରାମ ହିକେଇସାହିରେ ପ୍ରାଇଜ୍ ଖାଇବା ଭୋଜି ଆୟୋଜନ ହୋଇଥିବା ବେଳେ ବବିତା ମାରାଣ୍ଡି ମାଆ ଘର ହିକେଇସାହିକୁ କିଛି ଦିନ ପୂର୍ବରୁ ଆସିଥିଲେ।