ଆର୍ଥିକ ସଙ୍କଟରେ ଥିବା ‘ଗୋ ଫାଷ୍ଟ’ ଉଡାଣ ବାତିଲକୁ ମେ’ ୧୯ ପର୍ଯ୍ୟନ୍ତ ବଢ଼ାଇଲା

ସଂପ୍ରତି ଅର୍ଥିକ ସଙ୍କଟରେ ପଡ଼ିଥିବା ଏୟାରଲାଇନ୍‌ସ ଗୋ ଫାଷ୍ଟ୍‌ ନିଜର ସମସ୍ତ ବିମାନ ଉଡାଣ ବାତିଲକୁ ଆସନ୍ତା ମେ’ ୧୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ଏୟାରଲାଇନ୍‌ସ ପକ୍ଷରୁ ଜାରି କରା ଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଏହି ଅସୁବିଧା ପାଇଁ ପରିଚାଳନାଗତ କାରଣ ଦର୍ଶାଯାଇଛି। ବିମାନ ଚଳାଚଳ ନିରାପତ୍ତା ନିୟାମକ (ଡିଜିସିଏ) ଗୋ ଫାଷ୍ଟକୁ ତୁରନ୍ତ ବିମାନ ଟିକେଟ୍‌ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ବାଣିଜ୍ୟିକ ବିମାନ ଚଳାଚଳ ପାଇଁ ଏୟାରଲାଇନ୍‌ସର ଅନୁମତି ରଦ୍ଦ କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରିଛି।

ଆଜି ଜାରି ବିଜ୍ଞପ୍ତିରେ ଏୟାରଲାଇନ୍‌ସ କହିଛି ଯେ ଯେଉଁ ଯାତ୍ରୀମାନେ ପୂର୍ବରୁ ଟିକେଟ ବୁକ୍‌ କରି ସାରିଛନ୍ତି ସେମାନଙ୍କୁ ସମ୍ପୂର୍ଣ୍ଣ ରିଫଣ୍ଡ ପ୍ରଦାନ କରାଯିବ। ଖୁବଶୀଘ୍ର ବୁକିଂ ପୁଣି ଆରମ୍ଭ ହେବ ବୋଲି ଏଥିରେ କୁହାଯାଇଛି।