ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ବାତ୍ୟା ମୋଚା: ଘଂଟା ପ୍ରତି ୧୫୦-୧୬୦ କି.ମି. ବେଗରେ ପବନ

ବାତ୍ୟା ମୋଚାର ମୁକାବିଲା ପାଇଁ ୨୦୦ ସୁରକ୍ଷାକର୍ମୀଙ୍କୁ ନେଇ ୮ଟି ଏନଡିଆରଏଫ ଟିମ୍ ପ୍ରସ୍ତୁତ । କିଛି ଉତର-ପୂର୍ବ ରାଜ୍ୟ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜଗୁଡିକୁ ହାଇ ଆଲର୍ଟ ।

ବଙ୍ଗଳାଦେଶ-ମ୍ୟାଂମାର ବର୍ଡରରେ ବାତ୍ୟାର ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ: ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବାକୁ ଯାଉଛି ସମ୍ଭାବ୍ୟ ବାତ୍ୟା ମୋଚା । ଏ ନେଇ ବାତ୍ୟାର ମୁକାବିଲା ପାଇଁ ପଶ୍ଚିମବଙ୍ଗରେ ୨୦୦ ସୁରକ୍ଷାକର୍ମୀ ବିଶିଷ୍ଟ ୮ଟି ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ । ଅଧିକ ସୂଚନା ଦେଇ ଏନଡିଆରଏଫ୍ର ସେକେଣ୍ଡ ବାଟାଲିୟନର କମାଣ୍ଡାଂଟ ଗୁରମିନ୍ଦର ସିଂହ କହିଛନ୍ତି ଯେ, ‘‘ବାତ୍ୟାସ୍ଥଳୀରେ ୨୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବା ସହ ୧୦୦ ସୁରକ୍ଷାକର୍ମୀଙ୍କୁ ଜରୁରୀକାଳୀନ ପରିସ୍ଥିତି ପାଇଁ ରଖାଯାଇଛି ।’’
ସେହିଭଳି ଭାରତୀୟ ପାଣିପାଗ ବିଭାଗ ବାତ୍ୟାର ଗତିବିଧି ଉପରେ ସମ୍ଫୂର୍ଣ୍ଣ ନଜର ରଖିବା ସହ ଆସନ୍ତା ରବିବାର ସୁଦ୍ଧା ବାତ୍ୟା ସାମୁଦ୍ରିକ ଝଡରେ ପରିଣତ ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି । ବଙ୍ଗଳାଦେଶ-ମ୍ୟାଂମାର ବର୍ଡରରେ ବାତ୍ୟା ଲ୍ୟାଣ୍ଡଫଲ କରିବ ଏବଂ ଘଂଟା ପ୍ରତି ୧୫୦-୧୬୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆସନ୍ତା ରବିବାର ପର୍ଯ୍ୟନ୍ତ କେନ୍ଦ୍ରୀୟ ଓ ଉତର-ପୂର୍ବ ବଙ୍ଗୋପସାଗର ଏବଂ ଉତର ଆଣ୍ଡାମାନ ନିକୋବର ଦ୍ୱୀପକୁ ମାଛ ଧରିବାକୁ ନଯିବା ପାଇଁ ମସô୍ୟଜୀବିଙ୍କ ପାଇଁ ପାଣିପାଗ ବିଭାଗ ସତର୍କବାଣୀ ଜାରି କରିଛି ।