କଲେଜରେ ଯେତିକି ସିଟ୍, ସେହି ଅନୁସାରେ ଛାତ୍ରଛାତ୍ରୀ ଆବେଦନ କରିବେ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଯେଉଁ କଲେଜରେ ଯେତିକି ସିଟ୍ । ସେହି ଅନୁସାରେ ଛାତ୍ରଛାତ୍ରୀ ଆବେଦନ କରିବେ। ଆଜି ସମୟ ହେଉଛି ପ୍ରତିଯୋଗିତାର ଦିନ । ଏହା Comepetetive ଦିନ। ପିଲାମାନେ ମାନସିକ ଭାବେ ପ୍ରସ୍ତୁତ ହୋଇଥିବେ ।

ଯେଉଁ କଲେଜରେ ପଢିବାକୁ ସେମାନଙ୍କ ଆଗ୍ରହ ଥିବ, ସେମାନେ କ୍ୱାଲିଫାୟ କରି ପଢ଼ିବେ । ଯେତିକି ସିଟ୍ କଲେଜରେ ଅଛି, ତାହା ଯଥେଷ୍ଟ । ଗତ ବର୍ଷ କୋଭିଡ ସମୟରେ ୯୭ପ୍ରତିଶତ ପାସ ହାର ଥିଲା, ସିଟ୍ ବଢିଥିଲା । ଚଳିତ ଥର ସିଟ ନେଇ କୌଣସି ସମସ୍ୟା ହେବ ନାହିଁ ।