ବୋରିସ ଜନସନ ଘୋଷଣା କଲେ ଇସ୍ତଫା

ନୂଆଦିଲ୍ଲୀ: ବ୍ରିଟେନରେ ଜାରି ରାଜନୈତିକ ସଂକଟ ଭିତରେ ବୋରିସ ଜନସନ ନିଜ ଇସ୍ତଫାର ଘୋଷଣା କରିଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ ଜନସନ ଦେଶକୁ ସମ୍ୱୋଧିତ କରି କନଜରଭେଟିଭ୍ ପାର୍ଟିର ନେତା ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ତେବେ ନୂଆ ନେତା ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଳାଇବେ ବୋଲି କହିଛନ୍ତି।

ସୂଚନା ଅନୁସାରେ, କନଜରଭେଟିଭ ପାର୍ଟିର ନୂଆ ନେତା ଚୟନ ପ୍ରକ୍ରିୟା ଶେଷ ହେବା ଯାଏଁ ସେ ନମ୍ୱର ୧୦ର ପ୍ରଭାରୀ ରହିବେ । ଜନସନ କହିଛନ୍ତି ଟୋରୀର ନୂଆ ନେତା ଚୟନ ପାଇଁ ଆସନ୍ତା ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ତେବେ ବିବିସିରେ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଆସନ୍ତା ସେପ୍ଟେମ୍ୱରରେ ବ୍ରେଟନକୁ ନୂଆ ପ୍ରଧାନମନ୍ତ୍ରୀ ମିଳିପାରେ ।