ଡ଼ ସୁଧାକର ପଣ୍ଡାଙ୍କୁ ବିଜୁ ପଟ୍ଟନାୟକ ବୈଜ୍ଞାନିକ ଉକର୍ଷ ପୁରସ୍କାର
ବିଜ୍ଞାନ ଓ ପ୍ରଯକ୍ତିବିଦ୍ୟା ବିଭାଗର ଅନୁମୋଦନ ପରେ ଗୁରୁବାର ଓଡିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିବା ଏହି ପୁରସ୍କାରରେ ନଗଦ ୨ ଲକ୍ଷ ଟଙ୍କା, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ରହିଛି ।
ଯୁବ ବୈଜ୍ଞାନିକ ଓ ଲେଖକଙ୍କୁ ନଗଦ ୨୫ ହଜାର ଟଙ୍କା ସହ ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯିବ ।
ଭୁବନେଶ୍ୱର: ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିଦେ୍ର୍ଦଶକ ଡ଼ ସୁଧାକର ପଣ୍ଡାଙ୍କୁ ୨୦୨୦ ବର୍ଷ ପାଇଁ ବିଜୁ ପଟ୍ଟନାୟକ ବୈଜ୍ଞାନିକ ଉକôର୍ଷତା ପୁରସ୍କାର ପାଇବେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅନୁମୋଦନ ପରେ ଗୁରୁବାର ଓଡିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଥିବା ଏହି ପୁରସ୍କାରରେ ନଗଦ ୨ ଲକ୍ଷ ଟଙ୍କା, ପ୍ରଶଂସାପତ୍ର ଓ ସ୍ମୃତିଚିହ୍ନ ରହିଛି ।
ସୂଚନାଯୋଗ୍ୟ ଯେ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ଲୁନା ସାମନ୍ତ, ସିଏସଆଇଆର-ଆଇଏମ୍ଏମ୍ଟିର ମୁଖ୍ୟ ବୈଜ୍ଞାନିକ ଡ଼ ଦଣ୍ଡ ଶ୍ରୀନିବାସ ରାଓ, ଏନ୍ଆଇଟି-ରାଉରକେଲାର ପ୍ରଫେସର ଅନୁପ କୁମାର ପଣ୍ଡା ଓ ଲକ୍ଷ୍ନୈ÷ାସ୍ଥିତ ଜାତୀୟ ଉଦ୍ଭିଦ ଗବେଷଣା ପ୍ରତିଷ୍ଠାନର ନିଦେ୍ର୍ଦଶକ ଡ଼ ସରୋଜକାନ୍ତ ବାରିକଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କୁ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ସହ ମାନପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯିବ । ଆଇସିଏମ୍ଆର୍-ଆର୍ଏମ୍ଆର୍ସିର ଡାକ୍ତର ଶଶାଙ୍କ ଶେଖର ସ୍ୱାଇଁ, ନିବେଦିତା ଦାଶ, ଏନ୍ଆଇଏସ୍ଇଆର୍ର ଡାକ୍ତର ଜ୍ଞାନ ରଞ୍ଜନ ସେନାପତିଙ୍କୁ ଯୁବ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯିବ । ସେହିପରି ସଙ୍ଗୀତା ରଥ ଓ ହିମାଂଶୁ ସେକାହର ଫତେସିଂହଙ୍କୁ ପ୍ରାଣକୃଷ୍ଣ ପରିଜାଙ୍କୁ ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର ପ୍ରଦାନ କରାଯିବ । ବୈଜ୍ଞାନିକ ପ୍ରଫେସର ଭାସ୍କର ଦାଶ, ସଂଯୁକ୍ତା ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ରଙ୍କୁ ବରିଷ୍ଠ ବୈଜ୍ଞାନିକ ଭାବେ ସମ୍ମାନିତ କରାଯିବ । ଖୁବଶୀଘ୍ର ହେବାକୁ ଥିବା ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ।