ରାଜ୍ୟ ରାଜନୀତିରେ ହଟଚମଟ : ମନ୍ତ୍ରୀ ମଣ୍ଡଳରେ ଇସ୍ତଫା ପତ୍ର ପ୍ରଦାନ

ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା

ଇସ୍ତଫା ଦେଇଥିବା ଦୁଇ ରାଷ୍ଟ୍ର ମନ୍ତ୍ରୀ ହେଉଛନ୍ତି ସମୀର ରଞ୍ଜନ ଦାସ ଓ ଶ୍ରୀକାନ୍ତ ସାହୁ

ଭୁବନେଶ୍ବର : ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖାଦେଇଛି ବଡ ହଲଚଲ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି। ଏ ନେଇ ଆରୁଖ କହିଛନ୍ତି ଯେ, “ମୋତେ ଯାହା ବି ଦାୟିତ୍ବ ଦିଆଯିବ ମୁଁ ଗ୍ରହଣ କରିବି।