ଗଣଶିକ୍ଷା ବିଭାଗ ଏବଂ ଶ୍ରମ ବିଭାଗ ଦାୟିତ୍ବରେ ପ୍ରମିଳା

ପ୍ରମିଳା ମଲ୍ଲିକଙ୍କ ହାତରେ ଆଉ ୨ଟି ବିଭାଗ

ଗତ କାଲି ଇସ୍ତଫା ଦେଇଥିଲେ ସମୀର ରଞ୍ଜନ ଦାସ ଓ ଶ୍ରୀକାନ୍ତ ସାହୁ

ଭୁବନେଶ୍ବର : ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ହାତରେ ଆଉ ଦୁଇଟି ବିଭାଗର ଅତିରିକ୍ତ ଦାୟିତ୍ବ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର। ପ୍ରମିଳା ମଲ୍ଲିକ ଏଥର ରାଜସ୍ବ ବିଭାଗ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଶ୍ରମ ବିଭାଗର ଦାୟିତ୍ବ ସମ୍ଭାଳିବେ। ସୂଚନାନୁସାରେ, ଗତ କାଲି ସମୀର ରଞ୍ଜନ ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ଏହି ଦୁଇଟି ବିଭାଗ ଖାଲି ପଡିଥିଲା। କିନ୍ତୁ ଏବେ ଏହି ଦାୟିତ୍ୱ ତୁଲାଇବା ପାଇଁ ପ୍ରମିଳା ମଲ୍ଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।