ବିଧବା ବୃଦ୍ଧାଙ୍କ ଅଜାଣତରେ ୧୩ ଡିସିମିଲି ଜମି ହଡ଼ପ ଘଟଣା
ନିଲମ୍ବିତ ହେଲେ ମାଳିସାହି ରାଜସ୍ବ ନିରୀକ୍ଷକ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜସ୍ବ ବିଭାଗରେ ହାଜିରା ଦେବା ପାଇଁ ନିର୍ଦ୍ଦେଶ
ନୂଆଗାଁ (ଦର୍ଶନ ନ୍ୟୁଜ ):ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ଅନ୍ତର୍ଗତ ମାଳିସାହି ରାଜସ୍ବ ନିରୀକ୍ଷକ ଉମେଶ ଚନ୍ଦ୍ର ଭୋଳ ଙ୍କୁ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ କାର୍ଯ୍ୟ ରୁ ନିଲମ୍ବନ କରିଛନ୍ତି | ଏହା ପରେ ସେ ଜିଲ୍ଲାପାଳ ଙ୍କ କାର୍ଯାଳୟ ରାଜସ୍ବ ବିଭାଗ ରେ ହାଜିରା ଦେବା ପାଇଁ ନିଁର୍ଧେଷ ରହିଛି |ସୂଚନା ଅନୁସାରେ ନୂଆଗାଁ ତହସିଲ ମହୀପୁର ଆରଆଇ ଅଧିନସ୍ଥ ଡମୁଣୀ ଗ୍ରାମର ବନବାସୀ ମହାକୁଡଙ୍କ ପତ୍ନୀ ଗଣ୍ଡେଇ,ଗଣ୍ଡେଇଙ୍କର ତିନି ଗୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ତାଙ୍କ ସ୍ବାମୀଙ୍କ ନାମରେ ଡମୁଣି ମୌଜାରେ ୧୩ ଡିସିମିଲି ଜାଗା ରହିଥିବା ବେଳେ ସ୍ଵାମୀଙ୍କ ମୃତ୍ୟୁ ପରେ କିଛିଦିନ ତଳେ ଏହି ଜମିକୁ ଦୁଇ ଜଣ ବ୍ୟକ୍ତିଙ୍କ ନାମରେ ମାଲିକାନା କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ଏ ବିଷୟରେ ଗଣ୍ଡେଇ କିଛି ଜାଣିନଥିବା ବେଳେ ତାଙ୍କର ତିନି ଝିଅ ମଧ୍ୟ ଏ ନେଇ କୌଣସି ଅବଗତ କରାଯାଇନାହିଁ। ତାଙ୍କ ଅଜାଣତରେ କିଭଳି ଜମି ବିକ୍ରି ହୋଇପାରିଲା ବୋଲି ଏ ବିଷୟରେ ଜାଣିବା ପାଇଁ ଅସହାୟ ବୃଦ୍ଧା ଜଣକ ଏ ଅଫିସରୁ ସେ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେବା ପରେ ନୟାଗଡ ଜିଲ୍ଲାପାଳଙ୍କୁ ଯାଇ ଭେଟିବା ସହ ଏ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ଜିଲ୍ଲାପାଳ ସମସ୍ତ ଘଟଣା ଶୁଣିବା ପରେ ଉପଜିଲ୍ଲାପାଳଙ୍କ ନିକଟକୁ ଯିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ପରେ ଦୁଇଦିନ ଭିତରେ ଏ ଜମି ବିକ୍ରି ସମ୍ବଦ୍ଧିତ ସମସ୍ତ କାଗଜପତ୍ର ଦାଖଲ କରିବା ପାଇଁ ଉପଜିଲ୍ଲାପାଳଙ୍କ ବିଭାଗୀୟ କର୍ମଚାରୀଙ୍କୁ ନିେର୍ଦ୍ଦଶ ଦେଇଥିଲେ। ଦୁଇଦିନ ପରେ ସମସ୍ତ ତଥ୍ୟ ଆସିବା ପରେ ଜଣାପଡ଼ିଲା ଲିଗାଲ ହିୟର ରେ ମାଁ କିମ୍ବା ତିନି ଭଉଣୀ ଙ୍କ ନା ମୁଳରୁ ନାହିଁ ।ତେବେ ଏ ଘଟଣା ପଛରେ ମହିପୁର ରାଜସ୍ବ ନିରୀକ୍ଷକଙ୍କ ସମ୍ପୃକ୍ତି ରହିଥିବା ନେଇ ସ୍ପଷ୍ଟ ବାରି ହୋଇ ପଡ଼ୁଛି। କିଭଳି ଭାବେ ଜଣେ ଅସହାୟ ବୃଦ୍ଧାଙ୍କ ଜମିକୁ ଦଲାଲ ଙ୍କ ସାହାଯ୍ଯରେ ହଡ଼ପ କରାଯାଇ ପାରିଲା ତାହା ଚିନ୍ତାର ବିଷୟ ପାଲଟିଛି। ତେବେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଆସୁଥିଲା | ଏପରିକି ଆର ଆଇ ଙ୍କ ନାମରେ ନୂଆଗାଁ ଥାନା ରେ ଅଭିଯୋଗ ହୋଇଥିଲା | ଏହି ଜାଲିଆତି ଘଟଣା ରେ ମହୀପୁର ପୂର୍ବତନ ଆର ଆଇ ତଥା ଏବେକାର ମାଳିସାହି ରାଜସ୍ବ ନିରୀକ୍ଷକ ଉମେଶ ଚନ୍ଦ୍ର ଭୋଳ ଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି |