କୀଟନାଶକ ପିଇ ମହିଳା ମୃତ୍ୟୁ ଘଟଣା; ସ୍ବାମୀ କୋର୍ଟ ଚାଲାଣ
ପାରିବାରିକ କଳହକୁ ନେଇ ଆତ୍ମହତ୍ୟା
ପାରିବାରିକ କଳହକୁ ନେଇ ଆତ୍ମହତ୍ୟା
କୋକସରା,(ଦର୍ଶନ ନ୍ୟୁଜ୍):କଳାହାଣ୍ଡି ଜିଲ୍ଲା କୋକସରା ଥାନା ତୁନଗାଁ ର ମହିଳା ଡାଲିମ୍ବ ନାଏକ ପରିବାର ଲୋକଙ୍କ ସହ କଳହ କରି କୌଣସି ଏକ ବିଷାକ୍ତ କୀଟନାଶକ ଔଷଧ ପିଇ ମୃତ୍ୟୁ ହୋଇଥିବା ଘଟଣାରେ ସ୍ବାମୀ ଘାସିରାମ ନାଏକଙ୍କୁ ଶନିବାର କୋକସରା ପୋଲିସ କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ, ଡାଲିମ୍ବ ଓ ଘାସିରାମଙ୍କ ଏକ ଦେଢ ବର୍ଷର ପୁଅ ରହିଛି।ତେବେ ଶୁକ୍ରବାର ସକାଳୁ ପୁଅକୁ ଡାଲିମ୍ବ ମାରପିଟ କରିବା ପରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା।ପରେ ପରିବାର ଲୋକେ ବିଲକୁ ଚାଲି ଯାଇଥିଲେ।ଏହାପରେ ଡାଲିମ୍ବ କୀଟନାଶକ ପିଇ ଦେଇଥିଲେ। ପରିବାର ପକ୍ଷରୁ ତାଙ୍କୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ ମୃତ ମହିଳାଙ୍କ ବାପା ପରୀକ୍ଷିତ ନାଏକ ଝିଅକୁ କୌଣସି ଏକ ବିଷାକ୍ତ ଔଷଧ ପିଇବାକୁ ଦେଇଥିବା ନେଇ କୋକସରା ଥାନାରେ ଅଭିଯୋଗ କରିଥିଲେ ।ଏହା ପରେ ଥାନାରେ ଏକ ମାମଲା ରୁଜୁ କରି ସ୍ବାମୀ ଘାସିରାମଙ୍କୁ ଅଟକ ରଖି ପଚରାଉଚରା ଚଲାଇଥିଲା କୋକସରା ପୋଲିସ।ଏହି ଘଟଣାରେ ଶନିବାର ସ୍ବାମୀ ଘାସିରାମଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଶନ୍ନ ବେହେରା ସୂଚନା ଦେଇଛନ୍ତି।