ରାଜ୍ୟରେ ଅସୁରକ୍ଷିତ ଗଜରାଜ, ପୁଣି ଗୋଟିଏ ହାତୀକୁ ହତ୍ୟା

ଭଞ୍ଜନଗର: ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଗୋଟିଏ ହାତୀକୁ ହତ୍ୟା କରାଯାଇଛି । ହତ୍ୟାକାରୀ ମାନେ ହାତୀଟିର ଦାନ୍ତକୁ କାଟି ନେଇଥିବା ଜଣାପଡ଼ିଛି । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଦରପଙ୍ଗିଆ ଜଙ୍ଗଲ ମଧ୍ୟରେ ପଡି ରହିଛି ଏହି ଗୁଳି ବିଦ୍ଧ ହାତୀର ଗଳିତ ମୃତଦେହ ।