ଚାଲିଥିଲା ହାତୀଦାନ୍ତ ଡିଲ୍‌, ମାଡ଼ି ବସିଲା ବନ ବିଭାଗ

ସମ୍ବଲପୁର: ସମ୍ବଲପୁରରେ ହାତୀ ଦାନ୍ତ ଜବତ । ଡିଲ ହେଉଥିବାବେଳେ ମାଡି ବସିଲା ବନ ବିଭାଗ । ଅଇଁଠାପାଲି ଛକସ୍ଥିତ ବାସନ୍ତୀ ଲଜରେ ଡିଲ ହେଉଥିବାବେଳେ ବୌଦ୍ଧ ଓ ସମ୍ବଲପୁର ବନ ବିଭାଗ କର୍ମଚରୀଙ୍କ ମିଳିତ ଚଢାଉରେ ଜବତ ହେଲା ୨ଟି ହାତୀ ଦାନ୍ତ । ଏହି ଘଟଣାରେ ୩ଜଣ ଅଟକ ଥିବାବେଳେ ୨ଜଣ ଫେରାର ହୋଇଯାଇଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ସମ୍ବଲପୁର ଡିଏଫଓ ବିଶ୍ବନାଥ ନିଲାନଭର ।

ବୌଦ୍ଧ ଜିଲ୍ଲା ବଘିଆପଡା ସେକ୍ସନ ବାଙ୍କମୁଣ୍ଡି ଜଙ୍ଗଲ ଓ ଭୁର୍କିପଡା ଜଙ୍ଗଲରେ ୨ଟି ହାତୀର କଙ୍କାଳ ମିଳିଥିଲା । ତେବେ ଜବତ ହୋଇଥିବା ହାତୀ ଦାନ୍ତ ସେଠାର ଗୋଟିଏ ହାତୀର ବୋଲି ଅନୁମାନ କରାଯାଉଥିବା ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ଫୋ ସୂଚନା ଦେଇଛନ୍ତି |