ମେ ୧୮ରେ ପ୍ରକାଶ ପାଇବ ବିଏସ୍ଇ ମାଟ୍ରିକ୍ ରେଜଲ୍ଟ
ସେହି ଦିନରେ ଓଡ଼ିଶା ବୋର୍ଡ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଓ ବିଏସଇ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ
ସର୍ବନିମ୍ନ ୩୩%ରୁ କମ ମାର୍କ ରଖିଥିବା ଛାତ୍ରଛାତ୍ରୀ ଦେବେ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଓଡ଼ିଶା ଦଶମ ଶ୍ରେଣୀ ରେଜଲ୍ଟ ତାରିଖ ଆଜି ଘୋଷଣା କରାଯାଇଛି । ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ଓଡ଼ିଶା ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ଫଳ । ମାର୍ଚ୍ଚ-ଏପ୍ରିଲ ମାସରେ ଓଡ଼ିଶା ବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ବୋର୍ଡ ୱେବସାଇଟ୍ bseodisha.nic.in ଓ orissaresults.nic.in ଦଶମ ଓଡ଼ିଶା ବୋର୍ଡ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ।
ସେହି ତାରିଖରେ ଓଡ଼ିଶା ବୋର୍ଡ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଓ ବିଏସଇ ମଧ୍ୟମା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଏସଇ ଓଡ଼ିଶା ସଭାପତି ଘୋଷଣା କରିଛନ୍ତି। ଯୋଗ୍ୟ ବିବେଚିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ୩୩ ପ୍ରତିଶତ ମାର୍କ ରଖିବାକୁ ପଡ଼ିବ। ବିଏସ୍ଇ ଓଡ଼ିଶା ମାଟ୍ରିକ୍ ରେଜଲ୍ଟ୨୦୨୩ରେ ୩୩ ପ୍ରତିଶତରୁ କମ୍ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ‘ଫେଲ୍’ ଘୋଷଣା କରାଯିବ। ସର୍ବନିମ୍ନ ୩୩% ମାର୍କ ରଖି ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବର୍ଷ ବଞ୍ଚାଇବା ପାଇଁ ବିଏସ୍ଇ ଓଡ଼ିଶା ସପ୍ଲିମେଣ୍ଟାରୀ ପରୀକ୍ଷାଦେବାକୁ ପଡ଼ିବ।