ସାମ୍ବାଦିକତା ନାଁ ରେ ଆରଟିଆଇ ମାଗି ଟଙ୍କା ଆଦାୟ ବନ୍ଦ କରିବା ପାଇଁ ଚେତାବନୀ

ତିନି ଜଣ ସାମ୍ବାଦିକଙ୍କ ବିରୋଧରେ ଲାଗିଲା ମାଓ ପୋଷ୍ଟର

ବାରମ୍ବାର ନିରୀହ ସରକାରୀ କର୍ମଚାରୀ ହଇରାଣ ହେଉଥିବା ଅଭିଯୋଗ

ଭବାନୀପାଟଣା,୧୯/୫(ଦର୍ଶନ ନିଉଜ) କଳାହାଣ୍ଡି ଜିଲ୍ଲାରେ ପୁଣି ଲାଗିଲା ମାଓ ପୋଷ୍ଟର। ଲାଞ୍ଜିଗଡ଼ ବ୍ଳକ ଡେଙ୍ଗେନ ଛକରେ ତିନି ସାମ୍ବାଦିକ ନାଁରେ ଲାଗିଲା ମାଓ ପୋଷ୍ଟର। ପାଷ୍ଟିକୁଡିର ନିରିହ ଯୁବତୀ ମାନଙ୍କୁ ଚାକିରି କରାଇ ଦେବା ନାଁରେ ଶାରିରୀକ ସମ୍ପର୍କ ରଖି ବ୍ଳାକମେଲ କରି ଟଙ୍କା ଆଦାୟ କରିବା ବନ୍ଦ କରିବାକୁ ଓ୍ବେବ ସାମ୍ବାଦିକ ଲାଲୁ ନିଆଲଙ୍କୁ ଚେତାବନୀ ଦେଲେ ମାଓବାଦୀ। ଏକ ସପ୍ତାହରେ ଆଦିବାସୀ ମାନଙ୍କଠୁ ଆଣିଥିବା ଟଙ୍କା ଫେରସ୍ତ କରିବକୁ ପୋଷ୍ଟରେ କଡ଼ ଚେତାବନୀ ଦିଆଯାଇଛି। ସେହିଭଳି ସରକାରୀ ଶିକ୍ଷକ ମାନଙ୍କୁ ହଇରାଣ କରି ଟଙ୍କା ମାଗୁଛନ୍ତି। ଠକ ମିଡ଼ିଆ କାମ ବନ୍ଦ କରିବା ପାଇଁ ଜୟପାଟଣା ଅଞ୍ଚଳର ଭଦ୍ରାଞ୍ଚଲ ନାଏକ ଚେତାବନୀ ଦେଇଛନ୍ତି। ଆର.ଟି.ଆଇ ମାଗିବା ପରେ ମାନସିକ ଚାପ ପ୍ରୟୋଗ କରି ଟଙ୍କା ମାଗିଥିବା ଭବାନୀପାଟଣାର ବିନ୍ଦୁ ନାଏକଙ୍କୁ ଚେତାବନୀ ଦେଇଛନ୍ତି ନକ୍ସଲ।

ଏହି ତିନି ଜଣ ବ୍ୟକ୍ତି ସାମ୍ବାଦିକ ନାଁ ରେ ବିଭିନ୍ନ ସମୟରେ ଟଙ୍କା ଆଦାୟ କରିଥାନ୍ତି। ଯଦି ଏହି ସବୁ ଠକ କାମ ନ ଛାଡ଼ିବେ ତେବେ ପ୍ରଜାକୋର୍ଟରେ ଦଣ୍ଡିତ ହେବେ ବୋଲି ମାଓ ପୋଷ୍ଟରରେ ଉଲ୍ଳେଖ କରାଯାଇଛି।