ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି ସମ୍ବୋଧନ କଲେ ଦ୍ରୌପଦୀ ମୁର୍ମୁ, ବାନ୍ଧିଥିଲି ରାଖୀ ରଖିବ ମୋ ମାନ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ ଦ୍ରୌପଦୀ ମୁର୍ମୁ । ଏହା ପରେ ସେ ଅତିଥି ଭବନ ଯାଇଥିଲେ ଓ ସେଠାରୁ ବିଧାନସଭା ଆସିଥିଲେ । ବିଧାନସଭାରେ ଭବ୍ୟ ସ୍ୱାଗତ କରି ସମ୍ମିଳନୀ କକ୍ଷକୁ ପାଛୋଟି ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସମ୍ମିଳନୀ କକ୍ଷରେ ବିଜେଡି ସାଂସଦ ଓ ବିଧାୟକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲେ । ଏହି ବୈଠକରେ ସମସ୍ତ ବିଧାୟକଙ୍କ ସମର୍ଥନ ଲୋଡିଛନ୍ତି ଦ୍ରୌପଦୀ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ସମର୍ଥନ ମାଗିଛନ୍ତି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କରିଥିଲେ । ଏହାସହିତ ସେ ପ୍ରାର୍ଥୀ ଘୋଷଣା ବେଳେ ମୁଁ ରାକ୍ଷୀ ବାନ୍ଧିଥିଲି ।

ବିଦେଶରୁ ଥାଇ ମୋ ସହ ଫୋନରେ କଥା ହୋଇଥିଲେ ନବୀନ । ଆହୁରି ମଧ୍ୟ କହିଥିଲେ ଯେ, ମୁଁ ମନ୍ତ୍ରୀ ଥିଲି ବହୁ କାମ କରିଛି । ଆଗକୁ ଆହୁରି କାମ ବାକି ଅଛି । ମୁଁ ଗାଁର ଝିଅ, ଆପଣଙ୍କ ସହଯୋଗ ଦରକାର । ଆମ ଗାଁର ଅବସ୍ଥା ସୁଧୁରିବ । ରାଷ୍ଟ୍ରପତି ହେଲେ ଓଡିଶା ସୁନ୍ଦର ଭାବେ ଆଗକୁ ବଢିବ । ସେହିପରି ଦ୍ରୌପଦୀଙ୍କୁ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତଙ୍କୁ ଅପିଲ କରିଛନ୍ତି ।