ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ, ଭାଷଣ ଦେଉଥିବା ଗୁଳିମାଡ ହୋଇଥିଲା

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦେହାନ୍ତ । ଶୁକ୍ରବାର ସକାଳେ ତାଙ୍କୁ ଗୁଳିମାଡ କରାଯାଇଥିଲା । ଯେଉଁଥିରେ ସେ ପ୍ରାଣ ହରାଇଛନ୍ତି । ସେ ଏକ ଭାଷଣ ଦେଉଥିବା ବେଳେ ଗୁଳିମାଡର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଏପରିକି ହୃଦୟ ମଧ୍ୟ କାମ କରୁନଥିଲା ।

ସୂଚନାନୁସାରେ, ସିଞ୍ଜୋ ଆବେ ସକାଳେ ନାରା ସହରର ଏକ ସଭାରେ ଭାଷଣ ଦେଉଥିଲେ । ଏହି ସମୟରେ ତାଙ୍କୁ ଗୁଳିମାଡ ହୋଇଥିଲା । ତେବେ ତାଙ୍କୁ ଗୁଳିମାଡ କରିଥିବା ଆତତାୟୀକୁ ଅଟକ ରଖାଯାଇଛି । ଏହି ଘଟଣାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି । କାରଣ ସିଞ୍ଜୋ ଆବେ ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଥିଲେ । ଭାରତରେ ବୁଲେଟ୍ ଟ୍ରେନ୍ ପରିଯୋଜନାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।