ଚାକିରି ପରୀକ୍ଷା ରେ ବିଫଳ ହେବାରୁ ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା

ମୃତ ଦେହ ଉଦ୍ଧାର

ଆରପିଏଫ୍ କର୍ମଚାରୀ ଏବଂ ଇଟାମାଟି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି

ନୟାଗଡ ,(ଦର୍ଶନ ନ୍ୟୁଜ୍):ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଡେଙ୍ଗେରାଗୋଡ଼ି ଠାରେ ରେଳ ଧାରଣା ରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଯୁବତୀ ଜଣଙ୍କ ଆନନ୍ଦ ଚନ୍ଦ୍ର ପରିଡା ଝିଅ ( ପୂଜାରଣୀ ପରିଡ଼ା)ବୟସ ୨୧ ଘର ନଟୁଗାଁ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଯୁବତୀ ଜଣଙ୍କ ନାଲି ଓ କଳା ରଙ୍ଗର ପୋଷାକ ପରିଧାନ କରିଥିବା ଦେଖାଯାଇଛି । ଟ୍ରେନ ଧକ୍କା ରେ ତାଙ୍କ ମୁହଁ ପୁରା ନଷ୍ଟ ହୋଇଯାଇଛି । ଆରପିଏଫ୍ କର୍ମଚାରୀ ଏବଂ ଇଟାମାଟି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି । ଶବ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି। ସେ ଚାକିରି ପରୀକ୍ଷାରେ ବିଫଳ ହେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଝିଅର ବାପା ପୋଲିସ ପାଖରେ ବୟାନ ଦେଇଛନ୍ତିରେ ଯୁବତୀ ଜଣଙ୍କ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବାର ଜଣାପଡିଛି।