କୋକସରା ଗସ୍ତରେ ‘୫-ଟି‌’ ସଚିବ

ବୁଡ଼ାରାଜା ଙ୍କ ଦର୍ଶନ କରି ଅଳ୍ପ ସମୟର ଉଦବୋଧନ ଦେଲେ ୫-ଟି ସଚିବ

ବୁଢାରଜା ମନ୍ଦିର, କରକ ଜଳପ୍ରପାତ, ଡୋକରିଚଞ୍ଚରା ର ହେବ ଉନ୍ନତି କରଣ – ପାଣ୍ଡିଆନ

କୋକସରା,(ଦର୍ଶନ ନ୍ୟୁଜ୍):ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି ଫାଇଭ-ଟି ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ।ଶନିବାର ଆମପାଣି ବୁଢାରଜା ମନ୍ଦିର ଠାରେ ପହଞ୍ଚି ପ୍ରଭୁ ବୁଡ଼ାରାଜା ଙ୍କ ଦର୍ଶନ କରି ଅଳ୍ପ ସମୟର ଉଦବୋଧନ ଦେଇଥିଲେ।ସେ ଜୟ ବୁଢାରଜା ରୁ ଆରମ୍ଭ କରି ମିଶନ ଶକ୍ତି ମହିଳା ମାନଙ୍କୁ ମିଶନ ଶକ୍ତି ଦ୍ୱାରା ବିନା ସୁଧ ରେ କେତେ ଟଙ୍କା ଋଣ ଦିଆଯାଉଛି ଓ ବିଜୁସ୍ୱାସ୍ଥ୍ୟ କାର୍ଡ ରେ କେତେଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗେଇ ଦିଆଯାଉଛି ସେ ବିଷୟରେ ପଚାରି ବୁଝିଥିଲେ।ଆମପାଣି ଠାରେ ଥିବା ବୁଢାରଜା ମନ୍ଦିର ଓ କରକ ଜଳପ୍ରପାତ ର ଉନ୍ନତି କରଣ ପାଇଁ ପନ୍ଦର ଦିନ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ।ଏହାପରେ ମଞ୍ଚ ସାମ୍ନାରେ ବସିଥିବା ମହିଳା ମାନଙ୍କ ପାଖକୁ ଯାଇ ବ୍ୟକ୍ତିଗତ ଭାବେ ଭେଟିଥିଲେ।ପାଣ୍ଡିଆନଙ୍କୁ ପାଖରେ ପାଇ ସ୍ବୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ସେଲ୍ଫି ନେଇଥିଲେ।ଏହା ପରେ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକରୀଚଞ୍ଚରା ଅଭିମୁଖେ ଯାଇ ଡୋକରୀଚଞ୍ଚରାର ଉନ୍ନତି ପାଇଁ ପ୍ରଶାସନ ସହିତ ଉନ୍ନୟନ କମିଟି ଆଲୋଚନା କରି ପନ୍ଦର ଦିନ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ।ଡୋକରୀଚଞ୍ଚରା ଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ପ୍ରସ୍ତୁତ ପିଠା, ମିଠା ଓ ଜଙ୍ଗଲ ଜାତ ଫଳ ମୁଲ ଭେଟି ଦିଆଯାଇଥିଲା।ବରିଷ୍ଠ ପ୍ରଶାସନିକ ଅଧିକାରୀ ଭି ଭିନେଲ କ୍ରିଷ୍ଣା, ପୋଲିସ ଡିଜି, କଲାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଓ ଏସପି୍ ଅଭିଳାଷ ଜି, ଜିଲ୍ଲାପରିଷଦ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ପାୱାର ସଚିନ ପ୍ରକାଶ,ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ ଫାଇଭ-ଟି ସଚିବଙ୍କ ସହ ଆସିଥିଲେ।କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଚାଲିଥିବା ବେଳେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ତହସିଲଦାର ଦେବବ୍ରତ କରାଟି, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା କାର୍ଯ୍ୟକ୍ରମ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ।ଏହି କାର୍ଯ୍ୟକ୍ରମରେ ୪ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।