ଗୋଟିଏ ପରିବାରର ୪ ଜଣଙ୍କୁ ବିଭତ୍ସ ହତ୍ୟା
ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରେ ପଶି ତାଙ୍କ ପୁତୁରା, ବୋହୂ ଓ ପୁଅ ଓ ଝିଅଙ୍କୁ କାଉବାରରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟା କଲା ସମ୍ପର୍କୀୟ
ବରଗଡ: ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ନାବାଳକଙ୍କ ସମେତ ଗୋଟିଏ ପରିବାରର ୪ ଜଣଙ୍କୁ ତାଙ୍କ ସମ୍ପର୍କୀୟ ଛୁରାମାଡ଼ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ। ମୃତକମାନେ ହେଲେ ଗୁରୁଦେବ ବାଗ, ତାଙ୍କ ପତ୍ନୀ ଶିବଦୁଗ୍ରୀ ବାଗ, ପୁଅ ଚୁଡାମାଇ (୧୫) ଓ ଝିଅ ଶ୍ରାବଣୀ (୧୦)।
ମିଳିଥିବା ସୂଚନା ଅନୁଯାୟୀ, ସିବା ବାଗ ନାମକ ଅଭିଯୁକ୍ତ ଓ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଏକ ଜମିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରେ ପଶି ତାଙ୍କ ପୁତୁରା, ବୋହୂ ଓ ପୁଅ ଓ ଝିଅଙ୍କୁ କାଉବାରରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଅଟକ ରଖିଛି। ଏହା ସହିତ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ଟିମ୍।