କାଶ୍ମୀରରେ ଜି-୨୦ ବୈଠକ: ବହୁପକ୍ଷୀୟ ବୈଠକରେ ଯୋଗ ଦେବନି ସାଉଦି ଆରବ, ଚୀନ, ଇଜିପ୍ଟ, ତୁର୍କୀ
ମେ ୨୨ରୁ ୨୪ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଜି-୨୦ ବୈଠକରେ ପୂର୍ବ ଅପେକ୍ଷା ବିଦେଶୀ ପ୍ରତିନିଧିମାନେ ପ୍ରଭାବଶାଳୀ ଅଂଶଗ୍ରହଣ କରିବେ।
ଅଗଷ୍ଟ ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ କଶ୍ମୀରରେ ଏହା ହେଉଛି ପ୍ରଥମ ଅନ୍ତର୍ଜାତୀୟ କାର୍ୟ୍ୟକ୍ରମ
କାଶ୍ମୀର: କାଶ୍ମୀରରେ ହେବାକୁ ଥିବା ଜି-୨୦ ବୈଠକରେ ଯୋଗ ଦେବ ନାହିଁ ସାଉଦି ଆରବ । ସାଉଦି ଆରବ ଏହି ଅଞ୍ଚଳକୁ ଏକ ବିବାଦୀୟ ଅଞ୍ଚଳ ଭାବେ ବିବେଚନା କରୁଥିବାରୁ ଏହି ବୈଠକରେ ସାମିଲ ହେବ ନାହିଁ। ଏହି ବୈଠକରେ ସାଉଦି ଆରବର ପ୍ରତିନିଧିତ୍ୱ କରିବେ ଏହାର ଟ୍ରାଭେଲ ଇଣ୍ଡଷ୍ଟ୍ରି ପ୍ରତିନିଧି । ଏଥିରେ ସାଉଦି ସହ ଆରବ ତୁର୍କୀ, ଚାଇନା ଓ ଇଜିପ୍ଟ ଭଳି ଦେଶ ସାମିଲ ହୋଇଛି।
କାଶ୍ମୀରରେ ୨୦ ରାଷ୍ଟ୍ରୀୟ ବୈଠକ ଆୟୋଜନକୁ ନେଇ ନିଜର ଘନିଷ୍ଠ ସହଯୋଗୀ ପାକିସ୍ତାନର ଆପତ୍ତି ଯୋଗୁଁ ଚୀନ୍ ଏହି ବୈଠକରେ ଯୋଗ ଦେଇନଥିବା ବେଳେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ୍ ୱେନବିନ୍ ମଧ୍ୟ ଗତ ସପ୍ତାହରେ କହିଥିଲେ ଯେ ବିବାଦୀୟ ଅଞ୍ଚଳରେ କୌଣସି ପ୍ରକାର ଜି-୨୦ ବୈଠକ ଆୟୋଜନକୁ ଚୀନ୍ ବିରୋଧ କରୁଛି। ତୁର୍କୀ ଅତୀତରେ କାଶ୍ମୀର ପ୍ରସଙ୍ଗରେ ଭାରତର ପାକିସ୍ତାନ ସହ ମୁକାବିଲାକୁ ସମାଲୋଚନା କରିଛି। କାଶ୍ମୀରରେ ଜି-୨୦ ବୈଠକ ଆୟୋଜନ ପାଇଁ ଭାରତର ପଦକ୍ଷେପକୁ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ଦାୟିତ୍ୱହୀନ ବୋଲି କହିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଏହା ପୂର୍ବରୁ କହିଥିଲେ ଯେ ଜମ୍ମୁ-କଶ୍ମୀରରେ ଜି-୨୦ ବୈଠକ ଆୟୋଜନକୁ ନେଇ ଭାରତ ନିଜର ମନମୁଖିଆ ମନୋଭାବ ଦେଖାଉଛି। ଅନ୍ୟପକ୍ଷରେ ଜି-୨୦ ର ମୁଖ୍ୟ ସଂଯୋଜକ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ରବିବାର କହିଛନ୍ତି ଯେ ମେ ୨୨ରୁ ୨୪ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ପୂର୍ବ ବୈଠକ ତୁଳନାରେ ବିଦେଶୀ ପ୍ରତିନିଧିମାନେ ପ୍ରଭାବଶାଳୀ ଅଂଶଗ୍ରହଣ କରିବେ।