ଓଡ଼ିଶାରେ ୧୦୬ଟି ବିଦ୍ୟାଳୟର ଉନ୍ନତିକରଣ; ଯୁକ୍ତ ୨ ସିଟ୍ ବୃଦ୍ଧି

୨୦୨୩-୨୪ ଶିକ୍ଷାବର୍ଷରେ ୧୦୬ଟି ଇଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲାଯିବ ଏକାଦଶ

୧୦୦ଟିରେ କଳା ଓ ୬ଟିରେ ବିଜ୍ଞାନ ବିଭାଗରେ ସିଟ ବୃଦ୍ଧି କରାଯିବ ।

ଭୁବନେଶ୍ୱର: ଓଡ଼ିଶା ମାଟ୍ରିକ୍ ପରୀକ୍ଷା ୨୦୨୩ରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ୨ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁଯାୟୀ ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ। ସେଥିମଧ୍ୟରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟିରେ ବିଜ୍ଞାନ ପଢ଼ାଯିବ। ବିଭିନ୍ନ ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ ହୋଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ତାଲିକା ମଧ୍ୟ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଓଡ଼ିଶାରେ ୨୦୨୩ ମାଟ୍ରିକ୍ ପରୀକ୍ଷାରେ ୯୬.୪ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବାରୁ ଯୁକ୍ତ ୨ ସିଟ୍ ସଂଖ୍ୟା ବଢ଼ାଇବାର ଆବଶ୍ୟକତା ଅନୁଭବ କରାଯାଇଥିଲା।