ବଢିଲା ପାହାଳ ରସଗୋଲା ଦର

ପାହାଳ ମିଠାବ୍ୟବସାୟୀ ସଂଘ କହିଛି ଯେ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପରେ ମିଠା ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିାଁ

ଛେନାଗଜାର ଦାମ ୨୨୦ ଟଙ୍କା ଓ ଛେନାପୋଡର ଦାମ ୨୮୦ ଟଙ୍କା ରହିଛି

ବଢିଲା ପାହାଳ ରସଗୋଲା ଦର । ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପରେ ମିଠାର ଦର ମଧ୍ୟ ବଢିବା ଉଚିତ୍ ବୋଲି ଦାବି କରି ଗତ ତିନି ଦିନ ଧରି ମିଠା ବ୍ୟବସାୟୀମାନେ ଦୋକାନ ବନ୍ଦ କରିବା ପରେ ମିଠାର ଦର ବୃଦ୍ଧି କରିବାକୁ ରାଜି ହୋଇଥିଲା ଆସୋସିଏସନ । ଏହା ପରେ ଦୋକାନ ଖୋଲିବାକୁ ନିଷ୍ପତି ନିଆଯାଇଥିଲା ।
ନୂତନ ଦର ଅନୁଯାୟୀ, ରସଗୋଲାର ମୂଲ୍ୟ ପୂର୍ବରୁ ୫ ଟଙ୍କା ଥିବାବେଳେ ବର୍ତମାନ ଏହାର ଦାମ ବଢି ୬ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ବଡ ଆକାରର ରସଗୋଲାର ମୂଲ୍ୟ ମଧ୍ ୃଦ୍ଧି ପାଇଛି । ମୂଲ୍ୟ ବର୍ତମାନ ୧୦ ଟଙ୍କାରୁ ବଢି ୧୨ ଟଙ୍କା ଏବଂ ୨୦ ଟଙ୍କାରୁ ବଢି ୨୫ ଟଙ୍କା ହୋଇଛି । ସେହିଭଳି ଛେନାଗଜାର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇ ଛେନାଗଜାର କିଲୋଗ୍ରାମ ପ୍ରତି ପୂର୍ବରୁ ୨୦୦ ଟଙ୍କା ଥିବା ବେଳେ ଏବେ ଏହା ୨୨୦ ଟଙ୍କାକୁ ବୃଦ୍ଧି ପାଇଛି । ଛେନାପୋଡର ଦର ୨୫୦ ଟଙ୍କାରୁ ୨୮୦ ଟଙ୍କାକୁ ବୃଦ୍ଧି ପାଇଛି ।