ଶପଥ ନେଲେ ନବ ନିର୍ବାଚିତ ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ

ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଲେ ନବ ନିର୍ବାଚିତ ବିଜେଡିର ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ । ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ସେମାନଙ୍କୁ ଶପଥ ପାଠ କରାଇଥିଲେ ।

ଓଡ଼ିଆରେ ଶପଥ ନେଇଥିଲେ ଏହି ଦୁଇ ସାଂସଦ । ସୂଚନା ଅନୁସାରେ ନିଜ ନିଜ ପରିବାର ସହିତ ଦୁଇ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ । ତେବେ ପରବର୍ତ୍ତି ସମୟରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ସସ୍ମିତ ପାତ୍ର ।

ପୂର୍ବରୁ ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିଲେ । ବିରୋଧୀ କୌଣସି ପ୍ରାର୍ଥୀ ଦେଇନଥିବାରୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।