ଖୁବଶିଘ୍ର ପୁଣି ଥରେ ପରଦାକୁ ଫେରୁଛନ୍ତି ପାଣ୍ଡେ ଜୀ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍ ତଥା ସୁପରଷ୍ଟାର୍ ସଲମାନ୍ ଖାନ୍‌ଙ୍କ ଆଗାମୀ ସିନେମା ଗୁଡ଼ିକର ଲମ୍ବା ଲାଇନ୍‌ରେ ରହିଛି । ସେହି ଲିଷ୍ଟ୍‌ରେ ସାମିଲ୍ ଅଛି ଟାଇଗର୍ ୩, ନୋ ଏଣ୍ଟ୍ରି ୨ ଓ କଭି ଇଦ୍ କଭି ଦିଓ୍ବାଲୀ ଭଳି ଇଣ୍ଟ୍ରେସ୍ଟିଙ୍ଗ୍ ସିନେମା। ଶୁଣିବାକୁ ମିଳୁଛି ବଜରଙ୍ଗୀ ଭାଇଜାନ୍ -୨ ମଧ୍ୟ ଆଗକୁ ଆସିବାର ଅଛି, ହେଲେ ଏ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ।

କିନ୍ତୁ ଏ ସବୁ ଖବର ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଫ୍ୟାନ୍ସମାନଙ୍କର ଏକ୍ସାଇଟମେଣ୍ଟର ସୀମା ନାହିଁ। ସେମାନେ ବି ପାଣ୍ଡେ ଜି ଙ୍କୁ ଖୁବ ଶୀଘ୍ର ଥାନାରେ ରାଜ କରୁଥିବାର ଦେଖିବାକୁ ଚାହାଁନ୍ତି।

ଆଜ୍ଞା ହଁ, ଭାଇଜାନ୍ ପୁଣିଥରେ ଚୁଲ୍‌ବୁଲ୍‌ ମୁଡ୍‌ରେ। ଦବଙ୍ଗ୍ ୪ ନେଇ ଆସୁଛନ୍ତି ଚୁଲ୍‌ବୁଲ୍‌ ପାଣ୍ଡେ। ଦବଙ୍ଗ୍ ପାର୍ଟ ଓ୍ବାନ୍‌ରେ ଦର୍ଶକଙ୍କୁ ଭରପୁର୍ ଏଣ୍ଟରଟେନ୍ କରିଥିଲେ ସଲମାନ୍। ରୋଚକ କାହାଣୀ ସାଙ୍ଗକୁ ଫିଲ୍ମଟିର ମ୍ୟୁଜିକ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ଆକ୍ସନ ଷ୍ଟାର୍ ସଲମାନଙ୍କର ଆକ୍ସନ୍ ସାଙ୍ଗକୁ ରୋମାଣ୍ଟିକ୍ ଲଭର୍ ଓ କମେଡି ଅନ୍ଦାଜ ଦର୍ଶକଙ୍କୁ ବହୁତ ଭଲ ଲାଗିଥିଲା।

ଆଉ ଏବେ ଦବଙ୍ଗ୍ ୪ ରେ ନିଜର ପର୍ଫୋମାନ୍ସ ବଜାୟ ରଖିବାକୁ ପୁରା ପ୍ରସ୍ତୁତ ଅଛନ୍ତି ସଲମାନ୍। ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ ତିଗ୍ମାଂସୁ ଧୁଲିଆ ଏହି ସିନେମାର କାହାଣୀ ଲେଖୁଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ତୁଲାଇବେ।